Sun. Jul 26th, 2026

ଚଣ୍ଡିଗଡ଼ ବାଇକ୍‌ ଆରୋହୀଙ୍କ ନାଁ’ରେ ପଡ଼ିରହିଛି ୧୮୯ଟି ଚାଲାଣ, କିନ୍ତୁ ସେ ଜାଣନ୍ତି ନାହିଁ

238 Views

ଚଣ୍ଡିଗଡ଼  : ଚଣ୍ଡିଗଡ଼ର ଜଣେ ୨୧ ବର୍ଷିୟ ବାଇକ୍‌ ଆରୋହୀଙ୍କ ନାଁ’ରେ ପଡ଼ିରହିଛି ୧୮୯ଟି ଚାଲାଣ। ୨୦୧୭ ରୁ ୨୦୧୯ ମଧ୍ୟରେ ଟ୍ରାଫିକ୍‌ ଭାଓଲେସନ୍‌ ଇନ୍‌ଫର୍ମେସନ୍‌ ସ୍ଲିପ୍‌ (ଟିଭିଆଇଏସ୍‌) ଜରିଆରେ ବିଭିନ୍ନ ପ୍ରକାର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଏହି ସବୁ ଚାଲାଣ କଟାଯାଇଛି।

କିନ୍ତୁ, ସଞ୍ଜୀବ ନାମକ ସେ ସିରିଏଲ୍‌ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀ କହିନ୍ତି ଯେ ଏଇ ଜୁଲାଇ ୨୬ ତାରିଖରେ ସେ ଗୋଟାଏ ଭୁଲ୍‌ ୟୁ-ଟର୍ଣ୍ଣ ବୁଲିବା ସମୟରେ କଟାଯାଥିବା ଚାଲାଣ ଛଡ଼ା ଅନ୍ୟ ଚାଲାଣଗୁଡ଼ିକ ସଂକ୍ରାନ୍ତରେ ସେ କିଛି ଜାଣନ୍ତି ନାହିଁ। ସଞ୍ଜୀବ ହେଉଛନ୍ତି ସେକ୍ଟର୍‌ ୩୯ର ବାସିନ୍ଦା। ସେକ୍ଟର୍‌ ୩୪ସ୍ଥିତ ଗୋଟାଏ ଇନ୍‌ସ୍ୟୁରାନ୍‌ସ୍‌ କମ୍ପାନିରେ ସେ କାମ କରନ୍ତି ଓ ଗୋଟାଏ ବାଇକ୍‌ ଚଳାନ୍ତି।

ଜୁଲାଇ ୨୬ ତାରିଖ ଦିନ ସେକ୍ଟର୍‌ ୩୩/୩୪ ଲାଇଟ୍‌ ପଏଣ୍ଟ୍‌ରେ ସେ ଭୁଲ୍‌ ୟୁ-ଟର୍ଣ୍ଣରେ ଯାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇଥିଲେ। ତାଙ୍କ ନାମରେ ୩୦୦ ଟଙ୍କାର ଚାଲାଣ କଟାଯାଇଥିଲା। ସେ ଚାଲାଣ ଚଣ୍ଡିଗଡ଼ର ଡିଷ୍ଟ୍ରିକ୍ଟ୍‌ କୋର୍ଟରେ ପହଞ୍ଚିବା ପରେ ସେଠାକାର ରେକର୍ଡରେ ଦେଖାଗଲା ତାଙ୍କ ନାମରେ ରେଜିଷ୍ଟ୍ରି ହୋଇଥିବା ୧୮୯ଟି ଟିଭିଆଇଏସ୍‌ ପଡ଼ି ରହିଛି।ନିଜ ନାମରେ ୧୮୯ଟି ଚାଲାଣ ପଡ଼ିରହିଥିବା ଦେଖି ସେ ବିଚଳିତ ହୋଇପଡ଼ିଲେ। ଏ ଚାଲାଣ ସଂକ୍ରାନ୍ତରେ ତାଙ୍କୁ କେବେ କେହି କିଛି କହି ନାହାନ୍ତି କାହିଁକି? ବୋଲି ସେ ପଚାରିଛନ୍ତି। ଦେଢ଼ ବର୍ଷ ତଳେ ସେ ଏଇ ସେକେଣ୍ଡ୍‌-ହ୍ୟାଣ୍ଡ୍‌ ବାଇକ୍‌ ଖରିଦ କରି ଅତି ସତର୍କତାର ସହ ଚଳାଇ ଆସୁଛନ୍ତି।

By amfnews

Related Post