Fri. Jul 24th, 2026

ଘୁ. ଉଦୟଗିିରି: ଅନ୍ତସତ୍ତ୍ୱା ନାବାଳିକା ପ୍ରେମିକାଙ୍କୁ ପ୍ରତାରଣା କରି ଯୁବକ ଗିରଫ

289 Views

ଘୁ.ଉଦୟଗିରି, ଜାନୁଆରୀ ୧୪ : ବିବାହାର ପ୍ରଲୋଭନ ଦେଖାଇ ଜଣେ ୨୧ ବର୍ଷିୟ ଯୁବକ ଜଣେ ନାବାଳିକାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମ୍ପର୍କରୁ ନାବାଳିକା ଜଣକ ଅନ୍ତସତ୍ତ୍ୱା ହେବା ପରେ ଆଉ ଯୁବକ ଜଣକ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଦଫା ୩୭୬(୨), ୩୭୬(୩) ଓ ୬ ପୋକ୍‌ସୋ ଆକ୍ଟରେ ୭/୨୦୧୯ ନମ୍ବର ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକଙ୍କୁ ପୁଲିସ ଗିରଫ କରିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ସହରର ନୂଆସାହିରେ ରହୁଥିବା ୨୧ ବର୍ଷୀୟ ଯୁବକ ଅଲଫନ୍ସ ନାୟକ ଓରଫ ରିକୁଙ୍କର ଜଣେ ନାବାଳିକାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ନାବାଳିକାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ଇଛା ବିରୋଧରେ ରିକୁ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।

ଏହି ସମ୍ପର୍କରୁ ନାବାଳିକା ଜଣକ ଅନ୍ତସତ୍ତ୍ୱା ହେବା ପରେ ନାବାଳିକା ଜଣକ ଏ ସମ୍ପର୍କରେ ରିକୁଙ୍କୁ ଜଣାଇଥଲେ। ମାତ୍ର ରିକୁ ଆଉ ଧରାଛୁଆଁ ଦେଇ ନ ଥିଲେ। ଫଳରେ ପୀଡ଼ିତା ନାବାଳିକା ଜଣକ ଏ ନେଇ ତାଙ୍କ ଘରେ କହିବାରୁ ପରିବାର ଲୋକେ ରିକୁଙ୍କ ପରିବାରକୁ ଯାଇ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏପରିକି ଏକ ବୈଠକରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର ବୈଠକରେ କୌଣସି ସୁଫଳ ନ ମିଳିବାରୁ ପୀଡ଼ିତା ଓ ତାଙ୍କ ପରିବାର ଲୋକେ ଘୁ. ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ ।ଏହି ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାଙ୍କର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଇଥିବା ବେଳେ ଅଭିଯୁକ୍ତ ରିକୁଙ୍କୁ ପୁଲିସ ଗିରଫ କରିଛି।

By amfnews

Related Post