Fri. Jun 12th, 2026

ଘନ ବାଦଲ ଓ ବର୍ଷା ପାଗରେ ରାଡାର ଠିକ୍‌ ରୂପେ କାର୍ଯ୍ୟ କରି ନଥାଏ: ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର

297 Views

ଭଟିଣ୍ଡା/ ନୂଆଦିଲ୍ଲୀ: ଘନ ବାଦଲ ଓ ବର୍ଷା ପାଗରେ ରାଡାର ଠିକ୍‌ ରୂପେ କାର୍ଯ୍ୟ କରିବାରେ ସମର୍ଥ ହୋଇପାରି ନଥାଏ ବୋଲି କହିଛନ୍ତି, ଦେଶର ପଶ୍ଚିମ ଏୟାର କମାଣ୍ଡର କମାଣ୍ଡିଂ-ଇନ୍‌- ଚିଫ୍‌ ରଘୁନାଥ ନାମ୍ବିଆର। ଆକାଶରେ ଘନ ବାଦଲ ଥାଇ ବର୍ଷା ହେଉଥିଲେ ରାଡାରଗୁଡ଼ିକ ନିର୍ଭୁଲ ଭାବେ ସେମାନଙ୍କ କାର୍ଯ୍ୟ ସଂପାଦନ କରିବାରେ ସମର୍ଥ ହୋଇ ନଥାନ୍ତି। କାରଣ ଘନ ବାଦଲ ଉପରେ ଉଚ୍ଚ ଆକାଶରେ ଉଡ଼ୁଥିବା ବିମାନଗୁଡ଼ିକର ଗତିବିଧିକୁ ରାଡାର ଧରିପାରି ନଥାଏ। ଏଥିରେ ବିମାନ ଓ ରାଡାର ମଧ୍ୟରେ ପ୍ରତିବନ୍ଧକ ସାଜିଥାଏ ଆକାଶରେ ଥିବା ବାଦଲ।

ତେଣୁ, ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ଭାରତୀୟ ବାୟୁସେନାର ୧୨ ଟି ମିରାଜ୍‌- ୨୦୦୦ ଲଢ଼ୁଆ ବିମାନ ପାକିସ୍ତାନର ଖାଇବର ପଖତୁନ୍‌ଖାଓ୍ଵା ପର୍ଯ୍ୟନ୍ତ ନିର୍ବିଘ୍ନରେ ପଶିଯାଇ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରି ଜୈସ୍‌- ଇ- ଅମମ୍ମଦର ଆଡ୍ଡାକୁ ସଫଳତା ପୂର୍ବକ ଧ୍ୱଂସ କରି ଭାରତକୁ ଫେରି ଆସିବାରେ ସମର୍ଥ ହୋଇଥିଲେ ବୋଲି କହିଛନ୍ତି, ଦେଶର ପଶ୍ଚିମ ଏୟାର କମାଣ୍ଡର କମାଣ୍ଡିଂ-ଇନ୍‌- ଚିଫ୍‌ ରଘୁନାଥ ନାମ୍ବିଆର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟିଭି ସାକ୍ଷାତକାରରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପାଇଁ ଏହି କାରଣୁରୁ ଭାରତୀୟ ବାୟୂସେନା ଘନ ବାଦଲ ଓ ବର୍ଷା ପାଗକୁ ଏକ ସୁଯୋଗ ଭାବେ ବ୍ୟବହାର କରିଥିଲା ବୋଲି କହିବା ପରେ ଏହାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା।

By amfnews

Related Post