Wed. Jul 22nd, 2026

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ନିକଟରେ କେନାଲ ଭିତରକୁ କାର୍‌ ଖସି ୨ ନାବାଳକଙ୍କ ସମେତ ୬ ମୃତ

203 Views

ନଇଡ଼ା: ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ନିକଟ ଉତ୍ତର ପ୍ରଦେଶର ଗ୍ରେଟର୍‌ ନଇଡ଼ାରେ ଗୋଟାଏ କାର୍‌ ରାସ୍ତାରୁ ଖସିଯାଇ କେନାଲରେ ପଡ଼ିବାରୁ ୨ଜଣ ନାବାଳକଙ୍କ ସମେତ ୬ଜଣ ପ୍ରାଣ ହରାଇଥିବା କଥା ପୁଲିସ ସୋମବାର ଦିନ କହିଛି। ରବିବାର ରାତି ପ୍ରାୟ ୧୧: ୩୦ ଘଟିଥିବା ଏହି ଦୁର୍ଘଟଣା ଯୋଗୁଁ ସେ କାର୍‌ରେ ଥିବା ଅନ୍ୟ ୫ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।

ଜଣେ ପୁଲିସ ମୁଖପାତ୍ର କହିଛନ୍ତି: ଗୋଟାଏ ‘ମାରୁତି ଏର୍ଟିଗା’ କାର୍‌ରେ ସମୁଦାୟ ୧୧ ଜଣ ବ୍ୟକ୍ତି ଯାଉଥିଲେ। ଦାନକୌର ଅଞ୍ଚଳରେ ଥିବା ଖେର୍ଲି କେନାଲ ମଧ୍ୟକୁ ସେ କାର୍‌ଟି ଖସିପଡ଼ିଥିଲା। ସେଥିରୁ ଉଦ୍ଧାର କରାଯାଇଥିବା ସମସ୍ତ ୧୧ ଜଣ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ବାକି ୫ ଜଣଙ୍କର ଚିକିତ୍ସା ଚାଲିଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟତା ହ୍ରାସ ପାଇବା ଫଳରେ ଦୁର୍ଘଟଣା ଘଟିଥିବା କଥା ମନେହେଉଛି। ସେ ‘ଏର୍ଟିଗା କାର୍‌‘ ସହ ଅନ୍ୟ ଏକ କାର୍‌ ମଧ୍ୟ ଯାଉଥିଲା। ସମସ୍ତ ବ୍ୟକ୍ତି ଉତ୍ତର ପ୍ରଦେଶର ସାମ୍ଭାଲ ଜିଲ୍ଲାବାସୀ ଓ ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିଲେ।

By amfnews

Related Post