Mon. Aug 17th, 2026

ଗଡ଼ଚିରୋଲିରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୨ ନକ୍ସଲ୍‌ ମୃତ, ୬ ଆହତ

212 Views

ମୁମ୍ବାଇ: ରବିବାର ସକାଳେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଦୁଇ ଜଣ ନକ୍ସଲ୍‌ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।  ମୃତ ନକ୍ସଲ୍‌ମାନଙ୍କ ଶବ ଉଦ୍ଧାର କରାଯାଇଛି। ସେମାନଙ୍କ ଠାରୁ ପୁଲିସ ସ୍ୱଂୟକ୍ରିୟ ରାଇଫଲ୍‌ ମଧ୍ୟ ଉଦ୍ଧାର କରିଛି। ନକ୍ସଲବାଦୀ ଭାସ୍କରର ଆଡ୍ଡା ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା।  ମେ ପହିଲାରେ ପୁଲିସ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଅନ୍ୟତମ ମାଷ୍ଟର୍‌ମାଇଣ୍ଡ୍‌ ହେଉଛନ୍ତି ଭାସ୍କର। ଅଭିଯାନରେ ଭାସ୍କର ଆହତ ହୋଇଥିବା ପୁଲିସ ବିଶ୍ୱାସ କରୁଛି। ଏପ୍ରିଲ୍‌ ମାସରେ ତାଙ୍କର ପତ୍ନୀଙ୍କୁ ପୁଲିସ ହତ୍ୟା କରିଥିଲା। ଗଡ଼ଚିରୋଲିର ଗୋଟାଏ ଜଙ୍ଗଲ ମଧ୍ୟରେ ଏବେ ମଧ୍ୟ ତଲାସ ଚାଲିଛି।

By amfnews

Related Post