Sat. May 18th, 2024

ଗ୍ରୀଷ୍ମ ପ୍ରବାହ ଜାରି, ମାର୍ଚ୍ଚ ୩୧ରୁ କାଳବୈଶାଖୀ ସମ୍ଭାବନା

By amfnews Mar 30, 2018 #Featured
ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି । ମାର୍ଚ୍ଚ ୩୧ରୁ କାଳବୈଶାଖୀ ସମ୍ଭାବନାଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି । ମାର୍ଚ୍ଚ ୩୧ରୁ କାଳବୈଶାଖୀ ସମ୍ଭାବନା
186 Views

ସାରା ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ମାର୍ଚ୍ଚ ୩୧ତଥା ଆସନ୍ତାକାଲି ଠାରୁ (ପାଗରେ ପରିବର୍ତ୍ତନ ଆସିବ । ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷାର ଆଶଙ୍କା ରହିଛି । ଖୋର୍ଧା, ନୟାଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ହେବ । ୩ ତାରିଖ ବେଳକୁ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଏଥିସହ ଏପ୍ରିଲ ୬ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

By amfnews

Related Post