Fri. May 17th, 2024

ଗ୍ରୀଲ୍ ଭାଙ୍ଗି ବ୍ୟାଙ୍କ ପ୍ରବନ୍ଧକଙ୍କ ଘରୁ ବାଇକ୍ ଓ ଲାପ୍ଟପ ଚୋରି

rklsanchar@gmail.com' By J.N. Pradhan Jul 8, 2018 #Featured
150 Views

ରାଉରକେଲା, ୮/୭: ଚୋର ଦଳ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘର ଗ୍ରୀଲ୍ ଭାଙ୍ଗି ମଟର ସାଇକେଲ୍, ଲାପ୍ଟପ, ମୋବାଇଲ୍ ଓ ନଗଦ ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଛନ୍ତି । ବ୍ୟାଙ୍କ ମ୍ୟାନେଜର ଆଜି ରାଉରକେଲା ଫେରିବା ପରେ ଛେଣ୍ଡ ଥାନାରେ ଅଭିଯୋଗ କରିଛନ୍ତି । ଛେଣ୍ଡ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ତେବେ ଗତ କିଛିଦିନ ହେଲା ଛେଣ୍ଡ କଲୋନୀରେ ଚୋରି ବୃଦ୍ଧି ପାଇଥିବାରୁ ସାଧାରଣରେ ଅସନ୍ତୋଷ ଅସନ୍ତୋଷ ପ୍ରକାଶ ପାଇଛି । କଳିଙ୍ଗ ବିହାର ଅନ୍ତର୍ଗତ ଏଲ୍-୨/୩୧୧ରେ ରହୁଛନ୍ତି ପାୱାର ହାଉସ୍ ରୋଡ଼ ବ୍ୟାଙ୍କ ଅଫ୍ ବରୋଦା ଶାଖାର ସିନିୟର ମ୍ୟାନେଜର ସବୁଜ କୁମାର ବେହେରା । ଗତ କିଛି ଦିନ ତଳେ ଘରେ ତାଲା ପକାଇ ବ୍ରହ୍ମପୁର ଗାଁକୁ ଚାଲି ଯାଇଥିଲେ ।

ରାଉରକେଲା ଫେରିଲା ପରେ ଘରୁ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଚୋରମାନେ ଗ୍ରୀଲ ଗେଟ୍ ଓ କବାଟ ତାଲା ଭାଙ୍ଗି ଦେଇଛନ୍ତି । ଗେଟ୍ରେ ପଡ଼ିଥିବା ୩/୪ଟି ତାଲାକୁ ସେମାନେ ଶାବଳ କିମ୍ବା ଅନ୍ୟ କୌଣସି ଲୁହା ସାମଗ୍ରୀ ଲଗାଇ ତାଡ଼ି ଦେଇଛନ୍ତି । ଘରୁ ସେମାନେ ଗୋଟିଏ ହିରୋହୋଣ୍ଡା ପ୍ୟାସନ ପ୍ରୋ ମୋଟର ସାଇକେଲ, ଗୋଟିଏ ଲାପଟପ୍, ଏଚ୍ଟିସି କମ୍ପାନୀର ଏକ ମୋବାଇଲ, ଇଲେକ୍ଟ୍ରୋନିକ୍ସ ଟିମର ମେସିନ, ନଗଦ ୫ ହଜାର ଟଙ୍କା ନେଇ ଯାଇଛନ୍ତି ।

ଶ୍ରୀ ବେହେରା ଆଜି ଏ ସମ୍ପର୍କରେ ଛେଣ୍ଡ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଛେଣ୍ଡ କଲୋନୀରେ ପୁଣି ଚୋରଙ୍କ ଉତ୍ପାତ ଆରମ୍ଭ ହୋଇ ଯାଇଛି । ତେଣୁ ପୁଲିସ ପେଟ୍ରୋଲିଂ ଯୋରଦାର କରିବାକୁ ସାଧାରଣରେ ଦାବି ହେଉଛି ।

Related Post