Mon. May 20th, 2024

ଗ୍ରୀନ୍‌ପିସ୍‌ ଇଣ୍ଡିଆର ଅଧ୍ୟକ୍ଷ ହେଲେ ଡ. ବିଶ୍ୱଜିତ ମହାନ୍ତି

By Prasanta Patnaik Aug 20, 2018 #Featured
313 Views

ବେଙ୍ଗାଲୁରୁ, ଅଗଷ୍ଟ ୨୦: ବେଙ୍ଗାଲୁରୁସ୍ଥିତ ଗ୍ରୀନ୍‌ପିସ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ପରିବେଶବିତ ତଥା ସମାଜ ସେବୀ ଡ. ବିଶ୍ୱଜିତ ମହାନ୍ତି । ପ୍ରଥମ ଓଡ଼ିଆଭାବେ ଗୋଟେ ଅନ୍ତର୍ଜାତୀୟ ସ୍ତରର ଏନ୍‌ଜିଓର ଅଧ୍ୟକ୍ଷ ହେବାରେ ସେ ଏହି ଗୌରବ ଅର୍ଜନ କରିଛନ୍ତି ।

ଡ. ମହାନ୍ତି ଦୀର୍ଘ ୧୦ ବର୍ଷ ହେବ ଏହି ସଂସ୍ଥାର ଜଣେ ସଦସ୍ୟଭାବେ କାମ କରିଆସୁଥିଲେ । ଏହା ପରେ ସେ ଏହାର କାର୍ଯ୍ୟକାରୀ କମିଟିର ମଧ୍ୟ ଅଧ୍ୟକ୍ଷ ହୋଇଥିଲେ । ସେ ପେସାରରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ । ଏହା ସହିତ ସେ ଆଇନରେ ସ୍ନାତକ ହାସଲ କରିଥିବାବେଳେ ବନ୍ୟପ୍ରାଣୀ ସରଂକ୍ଷଣରେ ପିଏଚ୍‌ଡି କରିଛନ୍ତି । ୧୯୯୪ ମସିହାରୁ ସେ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ଉପରେ କାର୍ୟ୍ୟ କରିଆସୁଛନ୍ତି । ୧୯୯୮ରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ପାଇଁ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅପରେସନ୍‌ କଚ୍ଛପ ଆରମ୍ଭ କରିଥିଲେ । ସେଥିପାଇଁ ସେ ବିଭିନ୍ନ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି  । ଡ. ମହାନ୍ତି ୱାଇଲ୍‌ଡ ଲାଇଫ୍‌ ଅଫ୍‌ ଇଣ୍ଡିଆର ପରିଚାଳନା ପରିଷଦ (୨୦୦୮-୧୪) ଓ ଓଡ଼ିଆ ଷ୍ଟେଟ୍‌ ଅଡ଼ିଟ୍‌ ଆଡ୍‌ଭାଇଜରୀ ବୋର୍ଡର ସଦସ୍ୟ ରହି ସାରିଥିବାବେଳେ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ୍‌ ଲିମିଟେଡ଼୍‌ର ନିର୍ଦ୍ଦେଶକ ଥିଲେ । ଏହା ସହିତ ସେ ବିଭିନ୍ନ ପୁସ୍ତକ ମଧ୍ୟ ଲେଖାଲେଖି କରିଛନ୍ତି ।

ଗ୍ରୀନପିସ୍‌ ଇଣ୍ଡିଆ ବିଶ୍ୱ ପରିବେଶର ବିଭିନ୍ନ ଦିଗ ଯଥା ଜଳବାୟୁ ପରିବର୍ତ୍ତନ, ମହାସାଗର ଏବଂ ବାୟୁ ପ୍ରଦୂଷଣ ଉପରେ କାମ କରିଥାଏ । ଭାରତରେ ଏହା ଶକ୍ତି ନବୀକରଣ, ବାୟୁ ପ୍ରଦୂଷଣ ରୋକିବା ଉପରେ ବିଶେଷ ଭାବରେ କାର୍ୟ୍ୟ କରେ ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post