Sat. Apr 25th, 2026

ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ଭାଇ ମୃତ, ୨ ଭାଇ ଆହତ

282 Views

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଭାଇ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନନ୍ଦଲାଲ କୁମରା ଭ୍ରାତାଙ୍କ ସଂପର୍କୀୟ ଭାଇ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଚାରି ଭାଇଙ୍କ ସହିତ ଗାଁର ଆଉ ଗୋଟିଏ ପରିବାରର ପାଟିତୁଣ୍ଡ ହୋଇଥିଲେ। ଏହା ପରେ ସେହି ପରିବାରର ସଦସ୍ୟମାନେ ଏମାନଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଗୋଡ଼ାଇ ଗୋଡ଼ାଇ ସେମାନେ ଶକ୍ତିଭୂଷଣ ଓ ଅରବିନ୍ଦଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏମିତିକି ଅଭିଯୁକ୍ତମାନେ ବିଚ୍ ରାସ୍ତାରେ ଚାରି ଜଣଙ୍କ ଗୋଡ଼କୁ ଏକ କାଠ ଉପରେ ରଖି ହାଣି ଦେଇଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ମୃତଦେହଗୁଡ଼ିକୁ ଜବତ କରି ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବଲପୁର ଏସ୍‌ପି କନଓ୍ୱର ବିଶାଲ ସିଂ କହିଛନ୍ତି,“ଦୁର୍ବୃତ୍ତମାନେ ଦୁଇ ଭାଇଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏହି  ଘଟଣାରେ ଚାରି ଜଣଙ୍କୁ ଅଟକ ରଖାଯାଇଛି। ଘଟଣା ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି।’’

By amfnews

Related Post