Wed. Aug 12th, 2026

ଗୋଟିଏ ଦିନରେ ହେଲା ୨୨୦୯ ନମୂନା ପରୀକ୍ଷା

248 Views

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିହ୍ନଟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନମୂନା ପରୀକ୍ଷଣ ଚାଲିଛି। ଗତକାଲି ରାଜ୍ୟରେ ସର୍ବାଧିକ ସାମ୍ପଲ୍‌ ପରୀକ୍ଷା କରାଯାଇଛି।  ଗୋଟିଏ ଦିନରେ ୨୨୦୯ଟି ସାମ୍ପଲ ପରୀକ୍ଷା ହୋଇଛି। ପୂର୍ବରୁ ଗୋଟିଏ ଦିନରେ ହୋଇଥିବା ପରୀକ୍ଷା ଭିତରେ ଏହା ସର୍ବାଧିକ।

ଗତକାଲି ସୁଦ୍ଧା ରାଜ୍ୟରେ ସମୁଦାୟ ୧୫, ୯୮୪ ନମୂନା ପରୀକ୍ଷା ହୋଇଛି। ତେବେ ଗତ ୨୧ ତାରିଖ ସୁଦ୍ଧା ୧୩, ୭୭୫ ନମୂନା ପରୀକ୍ଷା ହୋଇଥିଲା। ଗତକାଲି ରାଜ୍ୟରେ ୪ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଥିବା ବେଳେ ୫୦ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

By amfnews

Related Post