Tue. Sep 15th, 2026

ଗୋଆ, ଉପକୂଳବର୍ତ୍ତୀ କର୍ଣ୍ଣାଟକ ଏବଂ ଓଡ଼ିଶାରେ ପ୍ରବଳ ବର୍ଷାର ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

265 Views

ନୂଆଦିଲ୍ଲୀ  : କୋଙ୍କଣ ଏବଂ ଗୋଆର ନିକାଞ୍ଚନ ଅଞ୍ଚଳ, ଦକ୍ଷିଣ ଅଭ୍ୟନ୍ତରୀଣ, ଉପକୂଳବର୍ତ୍ତୀ କର୍ଣ୍ଣାଟକ ଏବଂ ଓଡ଼ିଶାରେ ବୁଧବାର ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମ ମଧ୍ୟ ପ୍ରଦେଶ, ବିଦର୍ଭ, ତେଲେଙ୍ଗାନା, ଉତ୍ତର ଅଭ୍ୟନ୍ତର କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତା’ର ଅଲ୍‌ ଇଣ୍ଡିଆ େଓ୍ଵଦର୍‌ ଓ୍ଵାର୍ଣ୍ଣିଂ ବୁଲେଟିନ୍‌ରେ କହିଛି।

ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମ ରାଜସ୍ଥାନ, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଗୁଜରାଟ ଅଞ୍ଚଳ, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଏବଂ ଲକ୍ଷାଦ୍ୱୀପରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି।

ସମ୍ପୂର୍ଣ୍ଣ ଆରବ ସାଗର ଏବଂ ବଙ୍ଗୋପସାଗରର ପଶ୍ଚିମପଟ ଏବଂ ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ କୁହାଯାଇଛି।

By amfnews

Related Post