Mon. Sep 7th, 2026

ଗୁଳି ବାଜିବା ପରେ ଧରାପଡ଼ିଯିବା ଭୟରେ ତିନିଦିନ ବୁଦାରେ ଲୁଚି ରହିଥିଲା ଚୋର

592 Views

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳସ୍ଥ ଡିଡିଏ କନଷ୍ଟ୍ରକସନ୍‌ ସାଇଟକୁ ଚୋରି କରିବାକୁ ଯିବା ଜଣେ ଚୋରକୁ ମହଙ୍ଗା ପଡ଼ିଛି। ଉକ୍ତ ଚୋରକୁ ଦେଖି ଗାର୍ଡ ଗୁଳି ଚଳାଇ ଦେଇଥିଲେ। କିନ୍ତୁ ଗୁଳି ଚୋର ଶରୀରରେ ବାଜିଛି ନା ବାଜି ନାହିଁ ତାହା ଗାର୍ଡଙ୍କୁ ଜଣା ନଥିଲା। ଏପଟେ ଚୋର ଧରାପଡ଼ିଯିବା ଭୟରେ ନା ଘରକୁ ଯାଇପାରିଥିଲା ନା ହସ୍‌ପିଟାଲ୍‌। ସେ ନିକଟସ୍ଥ ଏକ ବୁଦାରେ ଲୁଚି ଯାଇଥିଲା।

ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ପ୍ରଥମେ ଗାର୍ଡ ଲାଲ ବାହାଦୂର ବୟାନ ରେକର୍ଡ କରିଥିଲା। ଏହାପରେ ଚୋରକୁ ଧରିବାରେ ସଫଳ ହୋଇଥିଲା। ଚୋରକୁ ଧରିବା ପରେ ପୁଲିସ ତାର ସାଥୀ ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Image result for shot-but-the-thief-hiding-in-the-bushes

ପୁଲିସ ସୂତ୍ରରୁ ପ୍ରକାଶିତ ରିପୋର୍ଟ ମୁତାବକ, ଗୁରୁତର ଚୋର ନାମ ଅମିତ । ସେ ନରେଲା ଅଞ୍ଚଳରେ ବସବାସ କରୁଥିବା ଜଣାପଡ଼ିଛି। ଅମିତ ପରିବାରଙ୍କ କହିବାନୁସାରେ, ତାଙ୍କ ପୁଅ ପାଖାପାଖି ୫ଦିନ ହେବ ନିଖୋଜ ଥିଲା। ସେ ଅନେକ ସମୟରେ ନିଶାଗ୍ରସ୍ତ ରହିଥାଏ। ଚୋରି ଘଟଣାକୁ ନେଇ ସେ ଦୁଇଥର ଜେଲ ବି ଯାଇ ସାରିଛି। ଅମିତ ଚୋରି କରିବା ପରେ ସେହି ସାମଗ୍ରୀକୁ ବଜାରରେ ବିକ୍ରି କରି ଦେଇଥାଏ।

ଘଟଣା ଦିନ ଦୁଇଜଣ ଚୋର ନରେଲାର ଏକ ନିର୍ମାଣଧୀନ କୋଠାକୁ ଚୋରି କରିବା ପାଇଁ ଯାଇଥିଲେ। ଜଣେ ଚୋର ବାହାରେ ଥିବା ବେଳେ ଅମିତ କାନ୍ଥ କଣା କରି ଭିତରକୁ ଚାଲି ଯାଇଥିଲା। ଭିତରେ ପଡ଼ିଥିବା ଲୁହା ସାମଗ୍ରୀକୁ ଅମିତ ଚୋରି କରୁଥିବା ସମୟରେ କୋଠା ଭିତରେ କେହି ପଶିଥିବା ସନ୍ଦେହ କରି ଗାର୍ଡ ପାଟି କରି ଫାଙ୍କା ଗୁଳିଚାଳନା କରିଥିଲେ। ଗାର୍ଡଙ୍କ ଗୋଟିଏ ଗୁଳି ଚୋର ଅମିତର ପିଠି ତଳେ ବାଜି ଥିଲା। ଅମିତକୁ ତାର ସାଥୀ ସେଠାରୁ ଉଦ୍ଧାର କରି ଏକ ବୁଦା ନିକଟରେ ଛାଡ଼ି ଚାଲିଯାଇଥିଲା। ଶରୀରରେ ଗୁଳି ବାଜିଯିବା ସତ୍ତ୍ୱେ ଧରା ପଡ଼ିଯିବା ଭୟରେ ଅମିତ ତିନିଦିନ ସେଠାରେ ଲୁଚି ରହିଥିଲା।

By amfnews

Related Post