Fri. Oct 16th, 2026

ଗୁରୁ ଡାକିଲେ ପହଞ୍ଚି ଯାଆନ୍ତି ଟାଇଗର ଶ୍ରଫ୍‌

290 Views

ମୁମ୍ବାଇ: ବଲିଉଡର ଆକସନ୍‌ ହିରୋ ଟାଇଟର୍‌ ଶ୍ରଫ୍‌ ହେଉଛନ୍ତି ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ସୁପର ମଡେଲ୍‌ ଥିବା ଆୟେଶାଙ୍କ ପୁଅ। ଟାଇଗର୍‌ ବଡ ହେବା ପରେ ଡ୍ୟାନ୍‌ସ ଶିଖିଥିଲେ,ମାତ୍ର ପିଲାଟି ଦିନରୁ ଆକସନ୍‌ ଶିଖିଥିଲେ।

ନୃତ୍ୟ ପାଇଁ ପ୍ରସିଦ୍ଧ ନିର୍ଦ୍ଦେଶକ ଗଣେଶ ଆଚାର୍ଯ୍ୟଙ୍କୁ ନିଜର ଗୁରୁ ବୋଲି ମାନନ୍ତି ଓ ତାଙ୍କର ଗୋଟିଏ ଡାକରେ ତାଙ୍କ ପାଖରେ ପହଞ୍ଚିଯାଆନ୍ତି ଟାଇଗର ଶ୍ରଫ୍‌। ଗଣେଶ ଚାହାଁନ୍ତି ଯେ,ଟେଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ଡ୍ୟାନ୍‌ସ ସୋ’ମାନଙ୍କରେ ଛୋଟ ଛୋଟ ସହର ପିଲାମାନଙ୍କୁ ଉପଯୁକ୍ତ ଗୁରୁ ମିଳନ୍ତୁ। ଅପରପକ୍ଷରେ ଟାଇଗର ଶ୍ରଫ୍‌ କହିଛନ୍ତି ଯେ,ତାଙ୍କର ଯେତେ ସବୁ ଡ୍ୟାନ୍‌ସ ନମ୍ବର ହିଟ୍‌ ହୋଇଛି,ସେସବୁର କୋରିଓଗ୍ରାଫର୍‌ ହେଲେ ଗଣେଶ ଆଚାର୍ଯ୍ୟ। ଗଣେଶ ଯେଉଁ ଭଳି ଡ୍ୟାନ୍‌ସ ଷ୍ଟେପ୍‌ ଶିଖାଇଥାଆନ୍ତି,ତା’କୁ ସେ ଆଖି ବୁଜି ପାଳନ କରିଥାନ୍ତି ବୋଲି କରିଛନ୍ତି ଟାଇଗର ଶ୍ରଫ୍‌। ନିଜର ନୃତ୍ୟର ସଫଳତାର ଶ୍ରେୟ ସେ ଗୁରୁ ଗଣେଶ ଆଚାର୍ଯ୍ୟଙ୍କୁ ଦେଇଥା’ନ୍ତି।

ଏବେ ଟାଇଗର ଶ୍ରଫ୍‌ ସୁପରଷ୍ଟାର ରିତିକ ରୋଶନ୍‌ଙ୍କ ସହିତ ୟଶରାଜ ଫିଲ୍ମସର ଏକ ଫିଲ୍ମର ସୁଟିଂ କରୁଛନ୍ତି। ତା’ପରେ ସେ ‘ବାଗୀ-୩’ଫିଲ୍ମରେ କାମ କରିବେ ବୋଲି ଜଣାଯାଇଛି।

By amfnews

Related Post