Wed. May 27th, 2026

ଗୁରୁପ୍ରିୟା ସେତୁରେ ଉଡ଼ିବ ଡ୍ରୋନ୍‌ କ୍ୟାମେରା

244 Views

କଟକ : ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ କମ୍ବିଂ ଅପରେସନ୍‌ରେ ସାମିଲ ହେବ ଡ୍ରୋନ୍‌ କ୍ୟାମେରା। ମାଓବାଦୀଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖାଯିବ। ତା ସହିତ କମିସନରେଟ୍‌ ପୁଲିସରେ ଦୁର୍ଗାପୂଜା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବ। ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଦୁଇଟି ଡ୍ରୋନ୍‌ କ୍ୟାମେରା କିଣାଯାଉଛି। ଏଥିପାଇଁ ମୋଟ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ସୂଚନା ଅନୁଯାୟୀ, ପୁଲିସ ବିଭାଗ ପକ୍ଷରୁ ଗୋଟିଏ କ୍ୟାମେରା ଖରିଦ୍‌ ହୋଇଥିବା ବେଳେ ଆଉ ଏକ କ୍ୟାମେରା ଖୁବ୍‌ ଶୀଘ୍ର ଆସିବ। ବର୍ତ୍ତମାନ ଖରିଦ୍‌ ହୋଇଥିବା ଡ୍ରୋନ୍‌ ଗୁରୁପ୍ରିୟା ସେତୁ ଉପରେ ଉଡ଼ିବ। ସେତୁ ଉଡାଇ ଦେବାକୁ ମାଓବାଦୀମାନେ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ରିପୋର୍ଟ କହୁଛି। ଅନ୍ୟପଟେ ଡ୍ରୋନ୍‌ କ୍ୟାମେରା ଆକାଶ ମାର୍ଗରେ ଏକକାଳୀନ ସର୍ବାଧିକ ୨୪ ଘଣ୍ଟା ଉଡ଼ିବାର କ୍ଷମତା ରଖିଛି। ସ୍ଥଳଭାଗରୁ ପାଖାପାଖି ୨୫ କିି.ମି ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇପାରିବ। କ୍ୟାମେରା ଦିନରେ ରେକର୍ଡିଂ କରିବା ସହିତ ରାତିରେ ମଧ୍ୟ ସ୍ପଷ୍ଟ ଚିତ୍ର ରେକର୍ଡିଂ କରିବାର କ୍ଷମତା ରହିଛି। ମାଲ୍‌କାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ଡ୍ରୋନ୍‌ ଉଡ଼ିବ। ରାଜ୍ୟ ପୁଲିସ ବିଭାଗକୁ କମ୍ବିଂ ଅପରେସନ୍‌ରେ ସହଯୋଗ କରିବ। ଘଞ୍ଚ ଜଂଗଲ ଭିତରେ ମାଓବାଦୀଙ୍କ ଗତିବିଧିି ସମ୍ପର୍କରେ ୨୪ ଘଣ୍ଟା ଚିତ୍ର ମାଧ୍ୟମରେ ତଥ୍ୟ ଯୋଗାଇବାରେ ସହଯୋଗ କରିବା ବୋଲି ପୁଲିସ ଡିଜିି ଡାକ୍ତର ଆର୍‌.ପି.ଶର୍ମା ସୂଚନା ଦେଇଛନ୍ତି।

By amfnews

Related Post