Thu. Aug 6th, 2026

ଗୁପ୍ତାଙ୍ଗ କାଟି ନିଦ୍ରିତ ବ୍ୟକ୍ତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

228 Views

ନୀଳଗିରି  : ଶୁକ୍ରବାର ରାତିରେ ଜାମ୍ବୁଢ଼ିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେଶୁରା ଗାଁ’ରେ ଘରେ ଶୋଇଥିବା ଜଣେ ବ୍ୟକ୍ତିଙ୍କର ଗୁପ୍ତାଙ୍ଗ କାଟି ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଉଛନ୍ତି ଘନଶ୍ୟାମ ସିଂଙ୍କ ୪୦ ବର୍ଷିୟ ପୁତ୍ର ବିଜୟ। ଗତ ରାତିରେ ବିଜୟ ଘରେ ଏକା ଶୋଇଥିଲେ। ସ୍ତ୍ରୀ ଓ ଦୁଇ ଝିଅ ତାଙ୍କ ଶଶୁରଘର ସଜନାଗଡ଼କୁ ଯାଇଥିଲେ। ବିଜୟଙ୍କ ବାପାମାଆ ମଧ୍ୟ ତାଙ୍କ ଘର ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଅନ୍ୟ ଏକ ସ୍ଥାନରେ ରହନ୍ତି।

ଆଜି ସକାଳ ୯ଟା ପର୍ଯ୍ୟନ୍ତ ବିଜୟ କବାଟ ନ ଖୋଲିବାରୁ ପଡ଼ୋଶୀମାନେ ତାଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଖବର ଦେଇଥିଲେ।
ଲୋକେ କବାଟ ଭାଙ୍ଗି ଦେଖିଲେ, ବିଜୟ ଲହୁଲୁହାଣ ହୋଇ ମରିପଡ଼ିଛନ୍ତି। ତାଙ୍କ ଗୁପ୍ତାଙ୍ଗ ଛେଦନ କରାଯାଇଛି। କିଏ, କି ଉପାୟରେ ଏବଂ କେଉଁ କାରଣରୁ ତାଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।

ଘଟଣାସ୍ଥଳରେ ନୀଳଗିରି ଆଇ.ଆଇ.ସି. ଲଳିତା ମୋଦି ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ସହାୟତା ପାଇଁ ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ଡକାଯାଇଛି। ବିଜୟଙ୍କ ସ୍ତ୍ରୀ ମଧ୍ୟ ହତ୍ୟାକାଣ୍ଡ ସମ୍ବନ୍ଧରେ କୌଣସି ସୁରାକ ଦେଇ ପାରୁନାହାନ୍ତି।

By amfnews

Related Post