Wed. Jul 29th, 2026

ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ସାତ ଜଣ ଗିରଫ

457 Views

କେନ୍ଦୁଝର  : ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମର ଜଣେ ବୃଦ୍ଧଙ୍କୁ ଶନିବାର ବିଳମ୍ବିତ ରାତ୍ରୀରେ ସାତ ଜଣ ବ୍ୟକ୍ତି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ନିହତ ବୃଦ୍ଧ ହେଉଛନ୍ତି ଦୀନବନ୍ଧୁ ମୁଣ୍ଡା। ସେ ଗୁଣିଗାରେଡ଼ି କରୁଥିବାରୁ ସେହି ଗ୍ରାମର ୭ ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିଛନ୍ତି ବୋଲି ଏ ଘଟଣା ସମ୍ପର୍କରେ ଅବଗତ ଥିବା ଅନ୍ୟ କେତେକ ଲୋକ କହୁଛନ୍ତି। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post