Thu. Jun 11th, 2026

ଗୁଜୁରାଟ ଉପନିର୍ବାଚନରେ ଭାଜପା ବିଜୟୀ

275 Views

ନୂଆଦିଲ୍ଲୀ, ଡିସେମ୍ବର ୨୩ : ଗୁଜୁରାଟ ଓ ଝାଡଖଣ୍ଡର ଗୋଟିଏ ଲେଖାଏଁ ବିଧାନସଭା ଉପ-ନିର୍ବାଚନର ଫଳାଫଳ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ରହିଛି। ଗୁଜୁରାଟର ଦସଜଣ ଓ ଝାଡଖଣ୍ଡର କୋଲେବିରା ବିଧାନସଭା ଉପ ନିର୍ବାଚନ ହୋଇଥିଲା। ଇତିମଧ୍ୟରେ ଗୁଜୁରାଟର ଦସଜଣ ଉପନିର୍ବାଚନର ଫଳାଫଳ ଘୋଷିତ ହୋଇଛି। ଏହି ଉପ-ନିର୍ବାଚନରେ ଭାଜପା ପ୍ରାର୍ଥୀ ଭାବେ କୁଁଅରଜୀ ବାବଲିୟା ବିଜୟୀ ହୋଇଛନ୍ତି। ଗତ ଜୁଲାଇ ମାସରେ କଂଗ୍ରେସ ଦଳ ତ୍ୟାଗ କରି ଭାଜପାରେ ଯୋଗ ଦେଇଥିଲେ କୁଅଁରଜୀ ବାବଲିୟା। କୁଅଁର ବାବଲିୟା ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଅବସର ନାୟିକାଙ୍କୁ ୧୯୯୮୫ ଭୋଟ୍‌ ବ୍ୟବଧାନରେ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ଦମନ ବିକ୍‌ସଲଙ୍କୁ ୯୯୯୩ ଭୋଟ୍‌ ମିଳିଛି ଓ ଭାଜପାର ପ୍ରାର୍ଥୀ ୮୭୫୯ ଟି ଭୋଟ୍‌ ପାଇଛନ୍ତି। ଭୋଟ ଗଣନା ଜାରି ରହିଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଦସଜଣାରେ ପହଞ୍ଚୁଥିବାର ଖବର ମିଳିଛି। ଏବେ ଭାଜପା ମହଲରେ ଖୁସିର ଲହରୀ ଖେଳିଯାଇଛି ।

By amfnews

Related Post