Thu. Jun 11th, 2026

ଗୁଗୁଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା, ଆକାଉଣ୍ଟରୁ ଖାଲି ହୋଇଗଲା ୧ଲକ୍ଷ ଟଙ୍କା

412 Views

ନୂଆଦିଲ୍ଲୀ: ଗୁଗୁଲ ମ୍ୟାପ ଜରିଆରେ ଲୋକମାନଙ୍କୁ ଠକେଇର ଶିକାର ହେବାକୁ ପଡ଼ିଥିବା ଅନେକ ଖବର ସାମ୍ନାକୁ ଆସିଛି। ଏହି କ୍ରମରେ ଦିଲ୍ଲୀ ସୀମାପୁରିରେ ବସବାସ କରୁଥିବା ଜଣେ ମହିଳା ଗୁଗୁଲ ସର୍ଚ୍ଚ ଜରିଆରେ ୧ଲକ୍ଷ ଟଙ୍କା ହରାଇଥିବା ଜଣାପଡ଼ିଛି।

ଘଟଣାଟି ହେଉଛି ଏପରି , ମହିଳା ଜଣଙ୍କ ଇ-ୱାଲେଟରେ ସମସ୍ୟା ହେବାରୁ ହେଲ୍‌ପ ଲାଇନ ନମ୍ବରର ସହଯୋଗ ଲୋଡିଥିଲେ । ଏହାପରେ ଗୋଟିଏ ନମ୍ବର ପାଇ କଲ କରିଥିଲେ । ଏହାପରେ ସମ୍ପୃକ୍ତ ମହିଳା ଉକ୍ତ ବ୍ୟକ୍ତିଙ୍କୁ କଷ୍ଟମର କେୟାର ଭାବି ଡେବିଟ୍‌ କାର୍ଡ ସହିତ ଜଡ଼ିତ ସମସ୍ତ ତଥ୍ୟ ସେୟାର କରି ଦେଇଥିଲେ। ଏହାର କିଛି ସମୟ ପରେ ମହିଳାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହି ମାମଲା ଏବେ ସାଇବର ସେଲ ଥାନାରେ ପହଞ୍ଚିଛି। ପୁଲିସ ଘଟଣାର ତଦନ୍ତ କରୁଛି। ଠକେଇର ଶିକାର ହୋଇଥିବା ମହିଳା ଜଣଙ୍କ ସୀମାପୁରୀର ଏକ ଘରୋଇ କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି।

By amfnews

Related Post