Fri. Jul 3rd, 2026

ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୯ଟି ନ୍ୟାୟିକ ତଦନ୍ତକାରୀ ପ୍ୟାନେଲ୍‌ ଗଠନ ହୋଇଛି

184 Views

ଭୁବନେଶ୍ୱର  : ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଗତ ୧୦ ବର୍ଷ ଭିତରେ ରାଜ୍ୟରେ ବିଭିନ୍ନ ମାମଲାର ତଦନ୍ତ କରିବା ପାଇଁ ୯ଟି ନ୍ୟାୟିକ ତଦନ୍ତକାରୀ ପ୍ୟାନେଲ୍‌ ଗଠନ କରିଛନ୍ତି ବୋଲି  ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ଏକ ପ୍ରଶ୍ନର ଉତ୍ତର ଲିଖିତ ଭାବେ ଦେଇ ସେ ଏପରି କହିଛନ୍ତି। ୨୦୧୦ ମସିହାରୁ ନେଇ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଘଟଣାର ତଦନ୍ତ କରିବାକୁ ୯ଟି ତଦନ୍ତକାରୀ କମିଠି ଗଠନ କରି ସାରିଛନ୍ତି ବୋଲି ସେ କହିଛନ୍ତି।

ଏହି ପ୍ୟାନେଲ୍‌ ସଂପର୍କରେ ଗୃହକୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସବିଶେଷ ସୂଚନା ଦେଇ ସେ କହିଛନ୍ତି, ‘ଗୁମୁଡୁମା ଗାଁର ପୁଲିସ୍‌ ଫ୍ୟାୟାରିଂରୁ ନେଇ ସମ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିବା, ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗରେ ଏହି ସବୁ ପ୍ୟାନେଲ୍‌ ଗଠନ ହୋଇଛି।’

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରାଜ୍ୟ ସରକାର ସମସ୍ତ ନ୍ୟାୟିକ ତଦନ୍ତକାରୀ ତଦନ୍ତ ଆୟୋଗର କାର୍ଯ୍ୟକାଳ ବଢ଼ାଇଥିଲେ। ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ୪ଟି ପ୍ୟନେଲ୍‌ର ରିପୋର୍ଟ ହସ୍ତଗତ ହୋଇ ସାରିଥିବା ବେଳେ ଆହୁରି ୪ଟି ଘଟଣାର ରିପୋର୍ଟ ତଦନ୍ତ କରାଯାଉଛି।

By amfnews

Related Post