Mon. Oct 5th, 2026

ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସୂଚନା ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳ

485 Views

ଯୁକ୍ତ ଦୁଇ ବିଜ୍ଞାନ ଫଳ ଆସନ୍ତା ୧୯ ତାରିଖରେ ଏବଂ ମେ ଶେଷ ସୁଦ୍ଧା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଚଳିତ ବର୍ଷ ମୋଟ ସାଢ଼େ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ୮୫ ହଜାର ଛାତ୍ରଛାତ୍ରୀ । ଏହି ପରୀକ୍ଷା ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ୟ୍ୟନ୍ତ ଚାଲିଥିଲା । ତେବେ ପରୀକ୍ଷା ଖାତା ଦେଖାରେ ସାମାନ୍ୟ ବିଳମ୍ବ ହେତୁ ଗତବର୍ଷ ତୁଳନାରେ ୧ ସପ୍ତାହ ବିଳମ୍ବରେ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହେବାକୁ ଯାଉଛି । ଗତବର୍ଷ ମେ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥର ମେ ୧୯ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପରୀକ୍ଷା ଖାତାଗୁଡ଼ିକର ଇ ମୂଲ୍ୟାୟନ ହୋଇଛି ।

By amfnews

Related Post