Sun. Sep 27th, 2026

ଗଣତନ୍ତ୍ର ଦିବସ ଅବସରରେ ୨ଟି ଜିଲ୍ଲାରେ ୪ଟି ବିସ୍ଫୋରଣ

207 Views

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଆଜି ସକାଳୁ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରସ୍ତୁତି ଚାଲିଥିଲା। ସାରା ଦେଶରେ ଏହି ପ୍ରକ୍ରିୟା ଚାଲିଥିବା ବେଳେ ଆସାମର ଦୁଇ ଜିଲ୍ଲାରେ କିନ୍ତୁ ଗ୍ରେନେଡ ଜରିଆରେ ବିସ୍ଫୋରଣ ହୋଇଛି। ଆସାମର ଦୁଇ ଜିଲ୍ଲା (ଦିବ୍ରୁଗଡ ଏବଂ ଚରାଇଦେଓ)ରେ ଗ୍ରେନେଡ ଜରିଆରେ ୪ଟି ବୋମା ବିସ୍ଫୋରଣ ହୋଇଛି। ଦିବ୍ରୁଗଡ଼ରେ ତିନୋଟି ବିସ୍ଫୋରଣ ହୋଇଥିବାବେଳେ ଚରାଇଦେବର ଅନ୍ୟ ଏକ ବିସ୍ଫୋରଣ ହୋଇଛି।

ANI

✔@ANI

Assam: An explosion has taken place at a shop near NH 37 at Graham Bazaar in Dibrugarh. Police and other officers have reached the spot. More details awaited. https://twitter.com/ANI/status/1221266571273760768 …

View image on TwitterView image on Twitter
ANI

✔@ANI

Assam: An explosion has taken place at a shop near NH 37 at Graham Bazaar in Dibrugarh. Police and other officers have reached the spot. More details awaited.

ଏଯାବତ କିନ୍ତୁ ବିସ୍ଫୋରଣ କିଏ କରିଛି ସେ ନେଇ କିଛି ସୂଚନା ମିଳିପାରିନାହିଁ। ବିସ୍ଫୋରଣ ହୋଇଥିବା ସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସାମର ଡିଜିପି ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି, ଦିବ୍ରୁଗଡରେ ହୋଇଥିବା ବିସ୍ଫୋରଣ ବାବଦରେ ଖବର ମିଳିଛି। ତଦନ୍ତ ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଠିକ୍ ୬ ଦିନ ପୂର୍ବରୁ ଚରାଇଦେବ ଜିଲ୍ଲାରେ ବୋମା ବିସ୍ଫୋରଣ ହୋଇଥିଲା।

By amfnews

Related Post