Wed. Oct 14th, 2026

ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାରି କଲା ମୋବାଇଲ ନମ୍ବର, ଏହା ଜରିଆରେ ଲୋକେ କରିପାରିବେ ଅଭିଯୋଗ, ୭ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ

255 Views

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଜି ଏକ ମୋବାଇଲ ନମ୍ବର ଜାରି କରିଛି। ଏହି ନମ୍ବର ହେଲା ୯୪୩୭୫୬୩୮୦୦। ଏହି ନମ୍ବରରେ ଯେକୌଣସି ବ୍ୟକ୍ତି ନିଜର ସମସ୍ୟା ସଂପର୍କରେ ଗଂଜାମ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିପାରିବେ। ଆଜି ଗଂଜାମ ଜିଲ୍ଳାପାଳ ବିଜୟ ଅମ୍ରିତା କୁଲାଙ୍ଗେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିପାଇଁ ଏକ ଅଡ଼ିଓ ଟେପ୍‌ ମଧ୍ୟ ଜାରି କରିଛନ୍ତି ଜିଲ୍ଲାପାଳ। ଏହାକୁ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାରିତ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ଟି ‘୫-T’ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ମିଳିଛି। ଏହି ମୋବାଇଲ୍‌ ନମ୍ବର ମାଧ୍ୟମରେ ଯେ କେହି ନାଗରିକ ନିଜର ବା ନିଜ ଅଞ୍ଚଳର ସମସ୍ୟା ବା ଅଭିଯୋଗ ସଂପର୍କରେ ସୂଚନା ଦେଇପାରିବେ। ଅଭିଯୋଗ  ବା ସମସ୍ୟା ସଂପର୍କରେ ହ୍ଵାଟସଅପ୍‌ରେ ମଧ୍ୟ ପ୍ରେରଣ କରିପାରିବେ। ଅଭିଯୋଗ ବା ସମସ୍ୟା ସଂପର୍କରେ ଜାଣିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ କହିଛନ୍ତି।

By amfnews

Related Post