Wed. Jul 8th, 2026

ଗଜପତି: ଖାଦ୍ୟ ବିଷକ୍ରିୟା ଘଟି ଜଣେ ଛାତ୍ରୀ ମୃତ; ୫ ଅସୁସ୍ଥ

416 Views

ଗଜପତି: ଶନିବାର ରାତିରେ ଗୋଷଣୀ ବ୍ଲକ୍‌ ଅନ୍ତର୍ଗତ ଲାବଣ୍ୟଗଡ଼ ମାରଙ୍ଗି ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ବିଷକ୍ରିୟା ଘଟିବା କାରଣରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚଜଣ ଗରୁତର ଅସୁସ୍ଥ ହୋଇପଡ଼ିଛନ୍ତି।

ମୃତା ଛାତ୍ରୀଜଣକ ହେଉଛନ୍ତି ଉଦୟଗିରି ଥାନା ଅନ୍ତର୍ଗତ ଏନ୍‌ ରୋଗେଇସିଂ ଗ୍ରାମର ମିଶାଲ ରଇତଙ୍କ ଝିଅ ଟୁନି ରଇତ। ଗତ ରାତିରେ ଛାତ୍ରୀନିବାସରେ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ଛଅ ଜଣ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ବାକି ପାଞ୍ଚଜଣଙ୍କୁ ଆଶା କର୍ମୀ ସୁଶୀଳା ଶବର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

By amfnews

Related Post