Tue. Jul 28th, 2026
202 Views

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକର ୬ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଆଜି ସକାଳ ୮ଘଣ୍ଟା ୫୫ ମିନିଟରେ କାଶୀନଗର ବ୍ଲକର ଖାରଡ଼ା, କେ.ସୀତାପୁର, ହାଡ଼ୁ୍ଭାଙ୍ଗି, କାଶୀନଗର, ବୁଦୁରା ଓ ଖିଡିଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୨ସେକେଣ୍ଡ୍ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଚଣ୍ଡ ଶଦ୍ଦ ସହ ଘରର ଜିନିଷପତ୍ର ପଡ଼ିଯାଇଥିଲା। ଗ୍ରାମବାସୀ ଭୟରେ ଘର ଭିତରୁ ବାହାରି ପଦାକୁ ଚାଲିଆସିଥିଲେ। କିଛି ଘରର କାନ୍ଥରେ ଛୋଟ ଫାଟ ‌ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

By amfnews

Related Post