Sat. Jun 13th, 2026

ଗଛରେ ପିଟି ହେଲା କାର୍‌; ୪ ଜାତୀୟ ସ୍ତରୀୟ ହକି ଖେଳାଳିଙ୍କ ମୃତ୍ୟୁ

402 Views

ଭୋପାଲ : ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଇନ୍ଦୋରର ଶାହ୍‌ନବାଜ ଖାନ୍‌, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ ଓ ଗ୍ୱାଲିୟରର ଅନିକେତ।

ସୂଚନା ଅନୁଯାୟୀ, ହୋଶଙ୍ଗାବାଦରେ ମେଜର ଧ୍ୟାନଚାନ୍ଦ ହକି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବା ପାଇଁ ଏହି ଖେଳାଳିମାନେ ଯାଉଥିଲେ। ସେମାନେ ଏକ ସ୍ୱିଫ୍ଟ ଡିଜାୟର କାର୍‌ରେ ସେଠାକୁ ଯାଉଥିବା ବେଳେ ଏକ ଗାଡ଼ିକୁ ଓଭରଟେକ୍‌ କରିବାକୁ ପ୍ରୟାସ କରିଥିଲେ। କାର୍‌ଟି ଦ୍ରୁତ ଗତିରେ ଥିବାରୁ ଓଭର୍‌ଟେକ୍ ବେଳେ ଏହା ଭାରସାମ୍ୟ ହରାଇଥିଲା ଓ ଏକ ଗଛରେ ପିଟି ହୋଇଯାଇଥିଲା। ଗଛରେ ପିଟି ହେବା ପରେ କାର୍‌ଟି ରାସ୍ତାକଡ଼ରେ ଥିବା ଏକ ଖାଲରେ ପଡ଼ି ଯାଇଥିଲା। କାର୍‌ଟି ପୂରା ଚୂରମାର ହୋଇଯାଇଛି। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post