Mon. Sep 28th, 2026

ଖୋଲା ଜାଗାରେ କୁକୁରକୁ ଶୌଚ କରାଉଥିବା ମାଲିକଙ୍କ ପଇଁ ଦଣ୍ଡ

282 Views

ମୁମ୍ବାଇ, ଡିସେମ୍ବର ୨୩ : ରାସ୍ତା କଡ଼ରେ କୁକୁରକୁ ଶୌଚ କରାଇବା ମାଲିକ ପାଇଁ ମହଙ୍ଗା ପଡ଼ିଲା।ଏମିତି ଅନେକ ଲୋକ ଅଛନ୍ତି,ଯେଉଁମାନେ ନିଜ କୁକୁରକୁ ବାହାରକୁ ନେଇ ଯାଆନ୍ତି,ଯେମିତିକି କୁକୁର ବାହାରେ ଶୌଚ କରି ଆସିବେ। କିନ୍ତୁ ଏବେ ଏହା କୁକୁର ମାଲିକଙ୍କ ପାଇଁ ମହାଙ୍ଗା ପଡ଼ୁଛି।
ବମ୍ବେ ମହାନଗର ନିଗମ (ବିଏମ୍‌ସି) ଗତ ଡିସେମ୍ବର ୪ ତାରିଖରୁ ଏଯାଏଁ ଏଭଳି କୁକୁର ମାଲିକଙ୍କଠାରୁ ପ୍ରାୟ ୬୨ ହଜାର ଟଙ୍କାର ଜରିମାନା ଆଦାୟ କରିଥିବା ଜଣାଯାଇଛି। ଗତ ୧୮ ଦିନଭିତରେ କୁକୁରମାନଙ୍କୁ ଶୌଚ କରାଇବା ପାଇଁ ସ୍କୁପରର ବ୍ୟବହାର କରୁନଥିବା ୧୨୪ ମାଲିକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବମ୍ବେ ମହାନଗର ନିଗମ।

ଡିସେମ୍ବର ମାସ ଆରମ୍ଭରେ ବି.ଏମ୍‌.ସି କମିଶନର୍‌ ଅଜୟ ମେହେଟ୍ଟା ସମସ୍ତ ଓ୍ଵାର୍ଡ ଅଫିସର୍‌ ମାନଙ୍କୁ ନିଜ ନିଜ ଅଞ୍ଚଳରେ କୁକୁରଙ୍କୁ ଖୋଲାରେ ଶୌଚ କରାଉଥିବା ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ନିର୍ଦ୍ଦେଶ ଦେଇଥିଲେ। ତା’ପରେ ଏହି ଜରିମାନା ସଂଗ୍ରହ କରାଯାଇଥିଲା ବୋଲି ଜଣାଯାଇଛି। ବିଏମ୍‌ସି ଆଗାମୀ ଦିନରେ ଏହାକୁ ସାରା ମୁମ୍ବାଇରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।

By amfnews

Related Post