Thu. Jun 11th, 2026

ଖୋର୍ଦ୍ଧାର ୭ଟି ମନ୍ଦିର ପରିସରରେ ୧୪୪ ଧାରା ଜାରି

240 Views

ଖୋର୍ଦ୍ଧା : ଆଜି ମହାବିଷୁବ ସଂକ୍ରାନ୍ତି। ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ସେହିପରି ଆଜି ମହାବୀରଙ୍କ ଜୟନ୍ତୀ। ଆହୁରି ମଧ୍ୟ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ତେଣୁ ଏହି ଅବସରରେ ବିଭିନ୍ନ ମନ୍ଦିରରେ ଜନସମାଗମ ରୋକିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ଜିଲ୍ଲାର ୭ଟି ମନ୍ଦିର ପରିସରରେ ୧୪୪ ଧାରା ଲଗାଇଛି ପ୍ରଶାସନ। ଗୁରୁଜଙ୍ଗ ଧବଳେଶ୍ୱର ମନ୍ଦିର, ଲୋକେଶ୍ୱରପୁରର ଲୋକେଶ୍ୱର ମନ୍ଦିର, ସାମନ୍ତରାପୁର ସ୍ବପ୍ନେଶ୍ୱର ମନ୍ଦିର, ରାଧାବଲ୍ଲଭ ମଠ, ପଲଟନ ପଡ଼ଇା ଚନ୍ଦ୍ରଶେଖର ମନ୍ଦିର, ଗଡ଼ ଖୋର୍ଦ୍ଧା ରାମ ମନ୍ଦିର ଓ କୁମାରବସ୍ତ ରାମମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। ସାଧାରଣତଃ ପଣା ସଂକ୍ରାନ୍ତିରେ ଏସବୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାରୁ ଓ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଭିଡ଼ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତାକାଲି ଯାଏ ଏହି ସବୁ ମନ୍ଦିର ପରିସରରେ ୧୪୪ ଧାରା ବଳବତ୍ତର ରହିବ।

ସୂଚନାଯୋଗ୍ୟ, ଜଗତସିଂହପୁରର ଝଙ୍କଡ଼ର ମା’ ଶାରଳାଙ୍କ ପୀଠରେ ବି ସମାନ ଅବସ୍ଥା। ସେଠାକାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ତା’ସହିତ ମା’ଙ୍କ ପାଖରେ ହେବାକୁ ଥିବା ଝାମୁ ଯାତ୍ରା ବନ୍ଦ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ମେରୁ ଯାତ୍ରାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

By amfnews

Related Post