Wed. Oct 14th, 2026

କ୍ୟାବିନ୍‌ରେ ଧକ୍କା ଖାଇଲା ପିକ୍‌ନିକ୍‌ ବସ୍‌; ୧୭ ଆହତ

346 Views

ନିରାକାରପୁର, ଜାନୁଆରୀ ୬ : ଶନିବାର-ରବିବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥସ୍ଥିତ ଗୋଡ଼ିପଡ଼ା ଟୋଲ୍‌ ଗେଟ୍‌ ନିକଟରେ ଗୋଟାଏ ପିକ୍‌ନିକ୍‌ ବସ୍‌ ଦୁର୍ଘଟନାଗ୍ରସ୍ତ ହେବାରୁ ୧୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଜୟ ହନୁମାନ ନାମକ ଏକ ଘରୋଇ ବସ୍‌ରେ କେତେକ ବ୍ୟକ୍ତି ବଣଭୋଜି କରିବାକୁ ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ୨ଟା ବେଳେ ଡ୍ରାଇଭର ଢୋଳାଇ ପଡ଼ିବାରୁ ରାସ୍ତାରେ ଥିବା ସ୍ପିଡ୍‌ ବ୍ରେକର୍‌ ଅତିକ୍ରମ କରୁଥିବା ବସ୍‌ଟି ନିୟନ୍ତ୍ରଣରୁ ବାହାରି ରାସ୍ତାପାର୍ଶ୍ୱରେ ଥିବା ଏକ ପାନଦୋକାନ କ୍ୟାବିନ୍‌ ସହ ଧକ୍କା ଖାଇଥିଲା। ଧକ୍କାର ପ୍ରଭାବରେ ବସ୍‌ର ସାମ୍ନା ପଟ ନଷ୍ଟ ହୋଇଯିବା ସହ ଡ୍ରାଇଭର୍‌ର ଗୋଡ଼ ଭାଙ୍ଗି ଯାଇଛି। ପିକ୍‌ନିକ୍‌ କରିବାକୁ ଯାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୭ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଟୋଲ୍‌ଗେଟ୍‌ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ଜଙ୍କିଆ ପୁଲିସକୁ ଖବର ଦେଇଥିଲେ। ଚିକିତ୍ସା ନିମନ୍ତେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି।

By amfnews

Related Post