Thu. Oct 15th, 2026

କ୍ରିକେଟ୍‌ ଖେଳ ଦେଖିବାରେ ମଜ୍ଜି ଇଞ୍ଜିନିୟରଙ୍କ କଟା ଆଙ୍ଗୁଠି ହଜାଇ ଦେଲେ କୋଲ୍‌କାତା ଡାକ୍ତରଖାନା କର୍ମଚାରୀ

200 Views

କୋଲ୍‌କାତା  : ଦୁର୍ଘଟଣାରେ ଛିଡ଼ି ଯାଇଥିବା ଆଙ୍ଗୁଠିକୁ ପୁଣି ଯୋଡ଼ାଇବାକୁ ଗୋଟାଏ ଘରୋଇ ଡାକ୍ତରଖାନାକୁ ଆସିଥିବା ଜଣେ କେମିକାଲ୍‌ ଇଞ୍ଜିନିୟର୍‌ଙ୍କର ସେ ଆଙ୍ଗୁଠିର ଅଗଟିକୁ ଡାକ୍ତରଖାନାର ଜଣେ କର୍ମଚାରୀ ହଜାଇ ଦେଇଛନ୍ତି।

ବୁଧବାର ଦିନ ୩୮ ବର୍ଷିୟ କେମିକାଲ୍‌ ଇଞ୍ଜିନିୟର ନିଳୋତ୍ପଳ ଚକ୍ରବର୍ତ୍ତୀ ହାଓଡ଼ାରେ ଥିବା ତାଙ୍କ ଅଫିସ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନାମିକା ଆଙ୍ଗୁଠିର ଅଗ୍ରଭାଗଟି ଛିଡ଼ି ଯାଇଥିଲା। ଛିଡ଼ା ଅଂଶଟି ସହ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସର୍ଜରି କରି ପୁଣି ସେ ଅଂଶଟି ଯୋଡ଼ିବାକୁ ଯିବା ବେଳେ ତାହା ଆଉ ମିଳି ନ ଥିଲା।

ଡାକ୍ତରଖାନା ତରଫରୁ ଅବହେଳା ହୋଇଥିବା କଥା ଦର୍ଶାଇ ନୀଳତ୍ପୋଳଙ୍କ ପତ୍ନୀ ଚୟନିକା ଅଭିଯୋଗ କରିଛନ୍ତି ଯେ ସମ୍ପୃକ୍ତ କର୍ମଚାରୀଜଣକ ଓ୍ଵାର୍ଲଡ୍‌ କପ୍‌ ସେମିଫାଇନାଲ୍‌ ମ୍ୟାଚ୍‌ ଦେଖିବାରେ ମଗ୍ନ ରହି କଟା ଆଙ୍ଗୁଠି ଅଗଟିକୁ ସଂରକ୍ଷଣ କରିବାକୁ ଭୁଲି ଯାଇଥିଲେ। ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ତରଫରୁ କୁହାଯାଇଛି କି, ସେ ଆଙ୍ଗୁଠି ଅଗଟି ଅଦରକାରୀ। ସେଇଟାକୁ ଆଉ ଯୋଡ଼ି ହୋଇ ନ ଥାନ୍ତା। ତଥାପି ଘଟଣାର ତଦନ୍ତ କରାଯାଉଛି।

By amfnews

Related Post