Fri. Aug 21st, 2026

କ୍ରାଏଷ୍ଟ୍‍ଚର୍ଚ ଗୁଳିକାଣ୍ଡ: ଆସଲ୍‌ଟ୍‌ ରାଇଫଲ୍‌ ବିକ୍ରୟ ଉପରେ ନିଷେଧାଜ୍ଞା ଜାରି କଲେ ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

247 Views

େଓ୍ଵଲିଙ୍ଗ୍‌ଟନ୍‌: ଅଳ୍ପ କିଛି ଦିନ ତଳେ ଦୁଇଟି ମସ୍‌ଜିଦ୍‌ରେ ଗୁଳିକାଣ୍ଡ ପରେ ତୁରନ୍ତ ସବୁ ପ୍ରକାର ଆସଲ୍‌ଟ୍‌ ଓ ସେମି-ଅଟୋମେଟିକ୍‌ ରାଇଫଲ୍‌ ନିଷେଧ କରିବାକୁ ନ୍ୟୁଜିଲାଣ୍ଡ୍‌ ଏକ ଯୋଜନା ପ୍ରସ୍ତୁତ କରିଥିବା କଥା ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେର୍ଣ୍ଣ କହିଛନ୍ତି।
ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଆର୍ଡେର୍ଣ୍ଣ କହି ଛନ୍ତି, କଠୋରତମ ନୂତନ ବନ୍ଧୁକ ଆଇନ୍‌ ଅନୁସାରେ ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ ନିଷିଦ୍ଧ କରାଯିବ।
ସେ ଆହୁରି କହିଛନ୍ତି କି, ରାଇଫଲ୍‌ଗୁଡ଼ିକୁ ଅଧିକ ଗୁଳି ଫୁଟାଇବାରେ ସହାୟକ ହେଉଥିବା ମାଗାଜିନ୍‌ ଓ ବମ୍ପ୍‌ ଷ୍ଟକ୍‌ଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯିବ।
ଏପ୍ରିଲ୍‌ ୧୧ ତାରିଖ ସୁଦ୍ଧା ନୂତନ ଆଇନ ପ୍ରଚଳନ କରାଯିବ ବୋଲି ତାଙ୍କର ଆଶା। ନିଷିଦ୍ଧ ଅସ୍ତ୍ରଶସ୍ତ୍ରଗୁଡ଼ିକ ପ୍ରତ୍ୟାହାର ଲାଗି ‘ବାୟବ୍ୟାକ୍‌’ ଯୋଜନା ମଧ୍ୟ କରାଯିବ।
ସେ କହିଛନ୍ତି, ଆକ୍ରମଣର ଛଅ ଦିନ ପରେ, ଆମେ ସମସ୍ତ କିସମର ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ସ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ଗୁଡ଼ିକ ନ୍ୟୁଜିଲାଣ୍ଡ୍‌ରେ ନିଷିଦ୍ଧ କରା ଗଲା।

By amfnews

Related Post