Sat. Jul 25th, 2026

କ୍ବାର୍ଟର୍ସ କଟକଣା, ଅବସର ପରେ ସର୍ବାଧିକ ୮ ମାସ ରଖିପାରିବେ

212 Views

ଭୁବନେଶ୍ବର, ଜାନୁଆରୀ ୧୫  : ଏଣିକି ଅବସର ପରେ କ୍ବାର୍ଟର୍ସ ହସ୍ତାନ୍ତର ନକଲେ ମହଙ୍ଗା ପଡ଼ିବ। ଚାକିରିରୁ ଅବସର ନେବା ପରେ ବର୍ଷ ବର୍ଷ ଧରି ସରକାରୀ କର୍ମଚାରୀ ଓ ଅଧିକାରୀ କ୍ବାଟର୍ସ ଫେରାଉନଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ସରକାର ତତ୍ପର ହୋଇଛନ୍ତି। ଗତ ୪ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ସବୁ ବିଭାଗକୁ ଏ ସଂପର୍କରେ ନିର୍ଦ୍ଦେଶନାମା ଜାରି କରିଛି।

ନିର୍ଦ୍ଦେଶନାମା ମୁତାବକ, ଏଣିକି ସରକାରୀ ଚାକିରିରୁ ଅବସର ନେଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ମିଳିଲେ ବି ଆଉ କ୍ବାଟର୍ସ ମିଳିବନି। ଏହି ନିୟମକୁ କେବଳ ସାମ୍ବିଧାନିକ ପଦପଦବିରେ ପୁନଃ ନିଯୁକ୍ତି କ୍ଷେତ୍ରରେ କୋହଳ କରାଯାଇଛି ।

ଅବସର ନେବା ପରଠାରୁ ୩ ମାସ ପାଇଁ ଫ୍ଲାଟ ଲାଇସେନ୍ସ ଫି ଓ ୫ ମାସ ପାଇଁ ଷ୍ଟାଣ୍ଡାର୍ଡ଼ ଲାଇସେନ୍ସ ଫି ଜମା କରି ମୋଟ ୮ ମାସ ପାଇଁ କ୍ବାଟର୍ସ ରଖିପାରିବେ। ୮ ମାସ ଅତିକ୍ରାନ୍ତ ପରେ ସରକାରୀ କ୍ବାଟର୍ସ ରଖିଥିଲେ, ଷ୍ଟାଣ୍ଡାର୍ଡ଼ ଲାଇସେନ୍ସ ଫିର ୫ ଗୁଣା ଜରିମାନା ଆକାରରେ ଆଦାୟ କରାଯିବ ଓ ସେମାନେ ଉଚ୍ଛେଦ ହେବେ।

ଉେଲ୍ଲଖଥାଉକି, ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ବିଭିନ୍ନ ସରକାରୀ ବିଭାଗରେ ପୁନଃ ନିଯୁକ୍ତି ଦିଆଯିବନି ବୋଲି ଗତବର୍ଷ ଅଗଷ୍ଟ ମାସରେ ସରକାର ନିଷ୍ପତ୍ତି ନେଇଥିଲେ। ଗତ ୪ବର୍ଷରେ ପାଖାପାଖି ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲା। ସେମାନଙ୍କୁ ଏବେ କାର୍ଯ୍ୟରୁ ଅନ୍ତର କରିବାକୁ ସଚିବସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବ ତାଗିଦ କରିଛନ୍ତି।

By amfnews

Related Post