Thu. May 14th, 2026

କୋଟଗଡ଼ରେ ପୁଣି ଲଜ୍ଜା : ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

283 Views

କୋଟଗଡ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଦୁଇଦିନ ତଳେ ଘଟିଥିବା ଜନୈକା ୯ବର୍ଷର ବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରିବା ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅଷ୍ଟମ ଶ୍ରେଣୀ ପଢୁଥିବା ଜଣେ ନାବାଳିକା ଛାତ୍ରୀକୁ ଅଭିଯୁକ୍ତ ଭୁଲାଇ ନେବା ସହ ବାରମ୍ବାର ଦୁଷ୍କର୍ମ କରି ପୁଣି ଘରେ ନିକଟରେ ଛାଡି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ପୀଡିତାର ବାପା କୋଟଗଡ ଥାନାରେ ଏତଲା ଦେଲାପରେ ପୁଲିସ ଏନେଇ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଥିବା କୋଟଗଡ ଥାନା ଅଧିକାରୀ ନିରୋଜ କୁମାର ସାମଲ କହିଛନ୍ତି ।

ସୂଚନା ମୁତାବକ ପୀଡିତା ନାବାଳିକା ପରିବାର ସହ କୋଟଗଡ ମୁଣ୍ଡାସାହିରେ ଏକ ଭଡାଘରେ ରହୁଥିବା ବେଳେ ପଡୋଶୀ ମନୁ ପାଟଗୁରୁ ଗତ ୨୧ ତାରିଖ ସନ୍ଧ୍ୟାରେ ନାବାଳିକାକୁ ନେଇ ପଳାଇଥିଲା। ଘରଲୋକେ ବହୁତ ଖୋଜାଖୋଜି କରି ନିରାଶ ହୋଇଥିବା ବେଳେ ଗତକାଲି ଅଭିଯୁକ୍ତ ମନୁ ପୀଡିତାଙ୍କୁ ଲୁକାୟିତ ଭାବେ ଘରେ ଛାଡି ଫେରାର୍‌ ହୋଇଯାଇଥିଲା। ଘରେ ପହଞ୍ଚିବା ପରେ ନାବାଳିକା ଜଣକ ପରିବାର ଆଗରେ ସବୁ କଥା ବର୍ଣ୍ଣନା କରିଥିଲେ।

By amfnews

Related Post