Sat. Oct 3rd, 2026

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

231 Views

ବରଗଡ଼ : ଝାରସୁଗୁଡ଼ା ଜିଲ୍ଲା ଲଖନପୁରରୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ର ଏକ ଡବାରୁ ପ୍ରବଳ ଧୂଆଁ ବାହାରୁଥିବା ହୀରାକୁଦ ଷ୍ଟେସନଠାରେ ଜଣାପଡ଼ିଥିଲା। ଏହାପରେ ବରଗଡ଼ ଜିଲ୍ଲା ଗୋଡ଼ଭଗା ଷ୍ଟେସନକୁ ଯୋଗାଯୋଗ କରାଯାଇ ସେଠାରେ ଟ୍ରେନଟିକୁ ଅଟକା ଯାଇଥିଲା।

ଗୋଡ଼ଭଗା ଓ ଅତାବିରା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଫଳରେ ଟ୍ରେନ୍‌ଟି ବଡ଼ ବିପଦରୁ ବର୍ତ୍ତି ଯାଇଛି। ଟ୍ରେନ୍‌ଟି ଲଖନପୁରରୁ ବାହାରି ଆନ୍ଧ୍ରପ୍ରଦେଶର ବିଜୟୱାଡା ଯାଉଥିଲା। କେଉଁ କାରଣରୁ ଟ୍ରେନ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ।

By amfnews

Related Post