Thu. Oct 1st, 2026

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

206 Views

ବଲାଙ୍ଗିର/କଣ୍ଟାବାଞ୍ଜି : ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତି ୧୦ଟା ବେଳେ ଟ୍ରେନ୍‌ଟି ମୁରିବାହାଲ ଷ୍ଟେସନରେ ପହଞ୍ଚିବା ପରେ ବିଭିନ୍ନ ବଗିରୁ ଧୂଆଁ ବାହାରୁଥିବା ଜଣାପଡ଼ିଥିଲା। ଏହାପରେ ଟ୍ରେନ୍‌ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ସଙ୍ଗେସଙ୍ଗେ ରେଲୱେ ଷ୍ଟେସନରେ ପହଞ୍ଚି ପ୍ରାୟ ୬ ଘଣ୍ଟା ପରିଶ୍ରମ କରିବା ପରେ ଭୋର୍‌ ୪ଟାରେ ନିଆଁକୁ ଆୟତ୍ତ କରିଥଲେ।

ଟ୍ରେନର ପ୍ରାୟ ୨୧ଟି ବଗିରେ  ନିଆଁ ଲାଗି ଯାଇଥିଲା । ନିଆଁ ଲିଭିବା ପରେ ଟ୍ରେନ୍‌ଟି ରାୟପୁର ଅଭିମୁଖେ ଗତି କରିଛି। କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣାପଡ଼ି ନାହିଁ। ନିଆଁ ଲାଗିବା ଯୋଗୁ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଅନୁମାନ କରାଯାଉଛି। ରେଳବାଇ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post