Tue. Sep 29th, 2026

କେଶରେ ମେହନ୍ଦୀ ଲଗାଉଛନ୍ତି କି? ହୋଇପାରନ୍ତି ଏହି ଅସୁବିଧାର ସମ୍ମୁଖୀନ

249 Views

ଅଧିକାଂଶ ଲୋକଙ୍କ ଧାରଣ କେଶରେ ମେହନ୍ଦେୀ ଲଗାଇଲେ କେଶ ଭଲ ରହିଥାଏ। ଶୀଘ୍ର ବଢ଼ିଥାଏ, ନରମ ହୋଇଥାଏ ଓ କେଶ ଝଡ଼ି ନଥାଏ। କିଛି ମାତ୍ରାରେ ଏହା ଠିକ୍‌। ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହି କଥାଟି ପ୍ରଜୁଯ୍ୟ ନୁହେଁ। ଆପଣଙ୍କ କେଶ ଯଦି କେବେ ବି ରସାୟନିକ ସାମଗ୍ରୀ ସଂସ୍ପର୍ଶରେ ଆସିନାହିଁ ତେବେ ଆପଣ କେଶରେ ମେହେନ୍ଦୀ ଲଗାଇ ପାରନ୍ତି। ମାତ୍ର ଯଦି ପାର୍ଲରେ ଯାଇ ଷ୍ଟ୍ରେଟ୍‌ନିଂ, ସ୍ମଦ୍‌ନିଂ କିମ୍ବା ସ୍ପା କରିଛନ୍ତି ତେବେ ମେହେନ୍ଦୀଠାରୁ ନିକ କେଶକୁ ଦୂରେଇ ରଖନ୍ତୁ। ଏହା ଓଲଟା ପ୍ରଭାବ ପକାଇଥାଏ। କେଶ ନରମ ହେବା ପରିବର୍ତ୍ତେ ଓଲଟା ଟାଣୁଆ ହୁଏ।

ରୀତିମତ ଭାବେ ମେହେନ୍ଦୀ ଲଗାଇବା ଦ୍ୱାରା କେଶ ଉପରେ ଏକ ପରସ୍ତର ମେହେନ୍ଦୀ ଜମା ବାନ୍ଧିଯାଏ। ଏହା କେଶକୁ ମୋଟା ଦିଶିବାରେ ସହାୟ ହୋଇଥାଏ ନିଶ୍ଚୟ, ମାତ୍ର ସେହି କେଶରେ ପୁଣି କୌଣସି ରସାୟନ ଦ୍ରବ୍ୟ ବାଜିଲେ କେଶରେ ରୁକ୍ଷପଣ ଆସେ। ଆପଣ ଯଦି ବିୟୁଟିସିଆନଙ୍କ କହିବା ଅନୁସାରେ ନିଜ କେଶକୁ କୌଣସି ଧରଣର ରସାୟନ ଚିକିତ୍ସା ଦେଉଛନ୍ତି ତେବେ ମେହେନ୍ଦୀ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। କେଶ ଟାଣୁଆ ହେବା ସହ ଅଗ ଫାଟିବାର ସମ୍ଭାବନା ରହିଛି।

ତେବେ ହଁ, ଆପଣ ଯଦି କେଶକୁ ସଂପୂର୍ଣ୍ଣ ଘରୋଇ ଚିକିତ୍ସା ଦେବାକୁ ଚାହାନ୍ତି ତେବେ ମେହେନ୍ଦୀ ବ୍ୟବହାର କରିପାରନ୍ତି। ମାତ୍ର କେଶରେ ଅନ୍ୟ କୌଣସି ଦ୍ରବ୍ୟ ବ୍ୟବହୃତ ନ ହେବା ଉଚିତ। ମେହେନ୍ଦୀରେ ଆପଣ ଅଅଁଳା, ରିଠା ଓ ସିକାକାଇର ଗୁଣ୍ଡ ମିଶ୍ରଣ କରି ପେଷ୍ଟ ବନାନ୍ତୁ। ତାହାକୁ କେଶରେ ଲେପ ଦେଇ କିଛି ସମୟ ରଖିଦିଅନ୍ତୁ। ପରେ କେଶକୁ କୌଣସି ଆୟୁର୍ବେଦ ସାମ୍ପୋରେ ଧୋଇ ନିଅନ୍ତୁ। ଏହା ଆପଣଙ୍କ କେଶ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇପାରେ।

By amfnews

Related Post