Sat. Apr 25th, 2026

କେଶକୁ ଧଳା କରି ସାବରିମାଲା ମନ୍ଦିରରେ ପ୍ରବେଶ କରି ଭଗବାନ ଆୟପ୍ପାଙ୍କ ଦର୍ଶନ କଲେ ୩୬ବର୍ଷୀୟ ମହିଳା, ଫଟୋ ବି କଲେ ସେୟାର

436 Views

ତିରୁବନନ୍ତପୁରମ: କେରଳର  ଜଣେ ୩୬ବର୍ଷୀୟ ମହିଳା ଚେନ୍ନାଇରେ ଥିବା ସାବରିମାଲା ମନ୍ଦିରରେ ପ୍ରବେଶ କରି ଆୟପ୍ପା ଭଗବାନଙ୍କ ଦର୍ଶନ କରି ଫେରିଥିବା କଥା ଦାବି କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ପୁଲିସ ଦଳିତ ମହିଳା ଏଭଳି କରିଥିବା କଥାକୁ ଖଣ୍ଡନ କରି କହିଛନ୍ତି କି, ସେ ମଙ୍ଗଳବାର ମନ୍ଦିର ହିଁ ଯାଇ ନାହାନ୍ତି।

ସୂଚନାଯୋଗ୍ୟ, ଚତନ୍ରୁରରେ ରହୁଥିବା ମଞ୍ଜୁ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି କି, ମଙ୍ଗଳବାର ସେ ସାବରିମାଲା ମନ୍ଦିରରେ ପ୍ରବେଶ କରି ଆୟପ୍ପା ଭଗବାନଙ୍କ ଦର୍ଶନ କରି ପ୍ରାର୍ଥନା କରିଥିଲେ ଏବଂ ସେ ଏହି ସମୟରେ କାହାରି ବିରୋଧର ଶିକାର ହୋଇ ନ ଥିବା କଥା ବି କହିଛନ୍ତି

ସାବରିମାଲା ମନ୍ଦିରରେ ପ୍ରବେଶ କରିବା ପାଇଁ ମହିଳାଙ୍କୁ ୫୦ବର୍ଷ ବୃଦ୍ଧାର ବେଶ ଧାରଣ କରିବାକୁ ପଡ଼ିଥିଲା। ସେ ଏହାର ଏକ ଫଟୋ ବି ସେୟାର କରିଛନ୍ତି। ଏହି ବେଶରେ ମଞ୍ଜୁ ମନ୍ଦିର ପରିସରରେ ଦୁଇଘଣ୍ଟା ସମୟ ବିତାଇଥିଲେ। ମଞ୍ଜୁ ସେହି ୨୦ଜଣ ମହିଳାଙ୍କ ମଧ୍ୟରୁ ଜଣେ ଯିଏକି ଗତବର୍ଷ ଅକ୍ଟୋବରରେ ମନ୍ଦିର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯାଇ ପାରି ନ ଥିଲେ।

ଉଲ୍ଲେଖଯୋଗ୍ୟ, ସବୁ ବୟସର ମହିଳାଙ୍କୁ କେରଳରେ ଥିବା ଆୟପ୍ପା ଭଗବାନଙ୍କ ମନ୍ଦିର ସାବରିମାଲାରେ ପ୍ରବେଶ କରିବା ପାଇଁ ସୁପ୍ରିମ କୋର୍ଟ ପ୍ରଥମରୁ ହିଁ ଅନୁମତି ଦେଇ ସାରିଥିଲେ। କିନ୍ତୁ କୋର୍ଟଙ୍କ ଆଦେଶ ପରେ ବି  ଏହି ସମସ୍ୟାର ସମାଧାନ ଏଯାବତ୍‌ ହୋଇପାରି ନାହିଁ। ବିକ୍ଷୋଭକାରୀମାନେ ୧୦ରୁ ୫୦ବର୍ଷ ବୟସ ମଧ୍ୟରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଛନ୍ତି।

By amfnews

Related Post