Wed. Oct 7th, 2026

କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ଏସ୍ୟୁସିଆଇ (କମ୍ୟୁନିଷ୍ଟ)ର ରିଲିଫ୍ ସଂଗ୍ରହ ଅଭିଯାନ

292 Views

ରାଉରକେଲା, ୨୩ା୮: କେରଳ ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ବିତ୍ପାତ ଓ ତଦ୍ଜନିତ କ୍ଷୟକ୍ଷତି ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହି ପରିସ୍ଥିତିରେ ବନ୍ୟାଦୁର୍ଗତ ଜନସାଧାରଣଙ୍କ ସାହାଯ୍ୟ ପାଇଁ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ରାଉରକେଲା କମିଟି ତରଫରୁ ଆଜି ବିଭିନ୍ନ ସ୍ଥାନରେ ରିଲିଫ୍ ସଂଗ୍ରହ ଅଭିଯାନ ଚାଲିଛି ।

ଏସ୍ୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ସଦସ୍ୟା ଛବି ମହାନ୍ତି, ଜିଲା କମିଟି ସମ୍ପାଦକ ଅଜିତ ନାଏକଙ୍କ ନେତୃତ୍ୱରେ ଅଜୟ ମହାନ୍ତି, ଜି.ଏନ୍. ତ୍ରିପାଠୀ, ଶ୍ରୀନିବାସ ସେଠୀ, ବିଷ୍ଣୁ ପଣ୍ଡା, ବିଦ୍ୟୁତ୍ ମହାନ୍ତି, ଲିଲି ମହାନ୍ତି, କବିତା ମହାନ୍ତି, ଶଙ୍କର ପାତ୍ର, ସନ୍ତୋଷୀ ମହନ୍ତ, ଆଲେକ୍ସ ହରୋ ପ୍ରମୁଖଙ୍କ ସମେତ ପାର୍ଟିର ବହୁ ନେତା ଓ କର୍ମକର୍ତ୍ତା ଏହି ରିଲିଫ୍ ସଂଗ୍ରହ ଅଭିଯାନରେ ସାମିଲ୍ ହୋଇ ବଜାର, ଦୋକାନ ଓ ରାସ୍ତାରେ ସାଧାରଣ ଜନତାଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିଲେ ।

ଏହି ସଂଗୃହୀତ ରିଲିଫ୍ ତୁରନ୍ତ କେନ୍ଦ୍ରୀୟ କମିଟି ଜରିଆରେ କେରଳରେ ଚାଲିଥିବା ରିଲିଫ୍ କ୍ୟାମ୍ପ ଓ ମେଡିକାଲ କ୍ୟାମ୍ପକୁ ପଠାଯିବ ବୋଲି ଜିଲା କମିଟି ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ଆଗ୍ରହର ସହକାରେ ଏହି ରିଲିଫ୍ ସଂଗ୍ରହ କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପାର୍ଟି ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

By amfnews

Related Post