Tue. Sep 29th, 2026

କେନ୍ଦ୍ରାପଡ଼ା ଯୌନଶୋଷଣ ମାମଲା : ପ୍ରମୋଦ ସାହୁଙ୍କ ଜାମିନ ଆବେଦନ ଖାରଜ

393 Views

କେନ୍ଦ୍ରାପଡ଼ା : ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଇ ଜେଲ୍ ଯାଇଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଫଳରେ ଶ୍ରୀ ସାହୁଙ୍କୁ ପୁଣି ବାରିମୂଳ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ସଭାପତି ଶ୍ରୀ ସାହୁଙ୍କ ବିରୋଧରେ ସେହି କୋ-ଅପରେଟିଭ୍ ସୋସାଇଟିରେ କାର୍ଯ୍ୟରତ ଜଣେ ଅଧସ୍ତନ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ, ଅସଦାଚରଣ, ହତ୍ୟା ଧମକ ଦେବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଗତ ୪ ତାରିଖ ଦିନ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ ଶ୍ରୀ ସାହୁଙ୍କୁ ଗିରଫ କରିଥିଲା। ଏହାପରେ ଶ୍ରୀ ସାହୁ ଜାମିନ ପାଇଁ ଆବେଦନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ବାସୁଦେବ ପଣ୍ଡା ଆଜି ଏହି ମାମଲା ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। କୋର୍ଟ ଏହି ମାମଲାକୁ ଧର୍ତ୍ତବ୍ୟ ଅପରାଧ ରୂପେ ବିଚାରକୁ ନେଇ ଜାମିନ୍ ଦେବାକୁ ମନା କରିଦେଇଛନ୍ତି। ତେବେ, ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଶ୍ରୀ ସାହୁଙ୍କ ଓକିଲ ସୂଚନା ମିଳିଛି।

By amfnews

Related Post