Sat. Oct 17th, 2026

କେନ୍ଦ୍ରାପଡ଼ା ମନା ହେବା ପରେ କେଉଁଠି ରହୁଛନ୍ତି ସାରଥି ବାବା

294 Views

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ତଥା ବାରିମୂଳ ଆଶ୍ରମକୁ ନ ଯିବା ପାଇଁ ହାଇକୋର୍ଟ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ନିର୍ଦେଶ ଦେବା ପରେ ଏବେ ସେ ଭୁବନେଶ୍ୱରର କୌଣସି ଅଜ୍ଞାତ ଅଞ୍ଚଳରେ ରହୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଗୁରବାର ରାତିରେ ସାରଥି ବାବାଙ୍କୁ ଏକ ଘରୋଇ ସ୍ପର୍ପିଓ ଗାଡ଼ିରେ ପୁଲିସର ଦୁଇଟି ଏସ୍କର୍ଟ ଗାଡ଼ି କଟକ ନେଇ ଯାଇଥିଲେ। ରାତିରେ ବାବା କଟକର ମର୍କତ ନଗର ଠାରେ ରହିଥିଲେ ବୋଲି ଶୁଣିବାକୁ ମିଳୁଛି।

ପୁଣି ଆଜି ସକାଳେ ବାବା ସେଠାରୁ ଭୁବନେଶ୍ୱର ଯାଇଛନ୍ତି। ସେଠାରେ ତାଙ୍କୁ ଭେଟିବାକୁ ତାଙ୍କର ମାଆ ଓ ଭାଇ ଦେବେନ୍ଦ୍ର ରାଉଳ ଯାଇଛନ୍ତି। ଏହାଛଡ଼ା ବାରିମୂଳ ଆଶ୍ରମ ପାଖ ଗ୍ରାମରେ ସଂକୀର୍ତ୍ତନ କରିବାକୁ ସଂକୀର୍ତ୍ତନ ମଣ୍ଡଳୀ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି।

By amfnews

Related Post