Sat. Sep 26th, 2026

କେନ୍ଦ୍ରର କର୍ପୋରେଟ ଟ୍ୟାକ୍ସ ଛାଡ଼ ନିଷ୍ପତ୍ତିକୁ ଆଇଏମଏଫର ସମର୍ଥନ

330 Views

ନୂଆଦିଲ୍ଲୀ  : ଦେଶରେ ଅନେକ ଶିଳ୍ପ ମାନ୍ଦାବସ୍ଥାର ଶିକାର ହୋଇଛି। ମାନ୍ଦାବସ୍ଥାରୁ ବର୍ତ୍ତିବା ପାଇଁ ନିକଟରେ କେନ୍ଦ୍ର ସରକାର କର୍ପୋରେଟ୍ ଟ୍ୟାକ୍ସ ଛାଡ଼ କରିଥିଲେ। ଯାହାକି କେନ୍ଦ୍ର ସରକାରଙ୍କ ଠିକ୍ ନିଷ୍ପତ୍ତି ବୋଲି ଆଇଏମଏଫ୍ (ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ) କହିଛି। ଆଗାମୀ ଦିନରେ ଏହାର ସକରାତ୍ମକ ପ୍ରଭାବ ଭାରତର ଅର୍ଥୀନିତ ଉପରେ ପଡ଼ିବ ଏବଂ କର୍ପୋରେଟ କମ୍ପାନୀ ଗୁଡ଼ିକରେ ପୁଞ୍ଜି ନିବେଶ ହୋଇପାରିବ ବୋଲି ଶୁକ୍ରବାର ଆଇଏମଏଫ ପକ୍ଷରୁ କୁହାଯାଇଛି।

ଭାରତ କିଭଳି ତାର ଅର୍ଥବ୍ୟବସ୍ଥାକୁ ଦୀର୍ଘମିଆଦି ଭାବରେ ସୁଦୃଢ଼ କରିପାରିବ ତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଦେଶରେ ଆର୍ଥିକ ସ୍ଥିତି ଏବେ ବି ସୀମିତ। ତେଣୁ ଏହା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। କର୍ପୋରେଟ ଟ୍ୟାକ୍ସ କମିବା ଦ୍ୱାରା ଦେଶରେ ପୁଞ୍ଜି ନିବେଶ ବଢ଼ିବ ବୋଲି ବୋଲି ଆଇଏମଏଫର ଏସିଆ ଏବଂ ପ୍ରଶାନ୍ତ ସମୂହର ନିର୍ଦ୍ଦେଶକ ଚାଙ୍ଗ୍ୟଙ୍ଗ ରି କହିଛନ୍ତି।

ଭାରତରେ ଶେଷ ଦୁଇଟି ତ୍ରୟମାସିକ ଅଭିବୃଦ୍ଧି ହାର ରିପୋର୍ଟ ଖରାପ ରହିଛି। ତେଣୁ ଜିଡିପି ୬.୧ ରହିଛି। ହେଲେ ଆଗାମୀ ଆର୍ଥିକ ବର୍ଷ ବେଳକୁ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି। ତେବେ ଦେଶରେ ଥିବା ଅଣ ବ୍ୟାଙ୍କିଙ୍ଗ ସେବାରେ ପରିବର୍ତ୍ତନ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ଅଧିନରେ ଥିବା ସମବାୟ ବ୍ୟାଙ୍କ ଗୁଡ଼ିକ ନିୟମରେ ପରିବର୍ତ୍ତନ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

By amfnews

Related Post