Sun. Apr 28th, 2024

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ରାଉରକେଲା-ସମ୍ବଲପୁର ଡିଏମ୍ୟୁ ପାସେଞ୍ଜର ଟ୍ରେନର ଶୁଭାରମ୍ଭ

rklsanchar@gmail.com' By J.N. Pradhan Jul 9, 2018 #Featured
111 Views

ରାଉରକେଲା, ୯/୭: ରାଉରକେଲାରୁ ଝାରସୁଗୁଡା ଚାଲୁଥିବା ଡିଏମ୍ୟୁ ପାସେଞ୍ଜର ସମ୍ବଲପୁର ପର୍ଯ୍ୟନ୍ତ ବର୍ଦ୍ଧିତ ଟ୍ରେନକୁ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଶୁଭାରମ୍ଭ କରିଛନ୍ତି । ଏହି ପାସେଞ୍ଜର ଟ୍ରେନକୁ ସମ୍ବଲପୁର ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ଦୀର୍ଘଦିନ ହେବ ରାଉରକେଲାବାସୀ ତଥା ଆଖପାଖ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଆସୁଥିଲା ।

ସ୍ଥାନୀୟ ମନ୍ତ୍ରୀ ଶ୍ରୀ ଓରାମଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି ସିନିୟର ଡିସିଏମ୍ ଏବଂ ଏଡିଆର୍ଏମ୍ ପ୍ରକାଶ କରିଛନ୍ତି । ଉକ୍ତ ପାସେଞ୍ଜର ଟ୍ରେନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି ।   ଟ୍ରେନରେ ବସିବା ପାଇଁ ଚେୟାର, ଟଏଲେଟ୍ ଓ ମହିଳାମାନଙ୍କ ପାଇଁ ସୁବିଧାମାନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ପାସେଞ୍ଜର ଟ୍ରେନ୍ ଡିଜେଲ ପରିବର୍ତ୍ତେ ଇଲେକ୍ଟ୍ରିରେ ପରିଚାଳିତ ହେବ ଏବଂ ପୂର୍ବ ଗତିରେ ପରିବର୍ତ୍ତନ କରାଯାଇ ଦ୍ରୁତଗାମୀ କରାଯାଇଛି ।

ତେଣୁ ରାଉରକେଲା ଷ୍ଟେସନକୁ ପରିଷ୍କାର ପରିଚ୍ଛନ୍ନ ରଖିବା କେତେକ ପାଇଁ କେତେକ ଏନ୍ଜିଓ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏହି ଟ୍ରେନ ଆଜିଠାରୁ ନିୟମିତ ଚାଲିବ ବୋଲି ସିନିୟର ଡିସିଏମ୍, ବିଜେପି ଓ ଏଡିଆର୍ଏମ୍ ସୂଚନା ଦେଇଛନ୍ତି । ରାଉରକେଲାରୁ ସକାଳ ୭ଟା ୨୦ ମିନିଟ୍ରେ ଛାଡି ୯ଟା ୨୫ ମିନିଟ୍ରେ ସମ୍ବଲପୁରରେ ପହଞ୍ôଚବ । ଶ୍ରୀ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଦୀର୍ଘଦିନର ଦାବି ପୂରଣ ହୋଇଛି ଏବଂ ପାସେଞ୍ଜର ସିଟ୍ ଓ ଅନ୍ୟାନ୍ୟ ସୁବିଧା ପାଇଁ ଏମ୍ପି ଲାଡ ଫଣ୍ଡ ଯୋଗାଇ ଦେବେ । ଆଗାମୀ ଦିନରେ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ତେବେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଖୁବ୍ଶୀଘ୍ର ଶେଷ କରାଯିବ ବୋଲି ଶ୍ରୀ ଓରାମ କହିଥିଲେ ।

Related Post