Thu. Aug 20th, 2026

କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଘଟଣାରେ ଜେଲ୍ ଓ୍ୱାର୍ଡର ନିଲମ୍ୱିତ

222 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ଗତ ୧୮ ତାରିଖରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଘଟଣାରେ ଦାୟିତ୍ୱରେ ଥିବା ଜେଲ୍ ଓ୍ୱାର୍ଡର ରମେଶ କବିଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଥିବା ଜଣାଯାଇଛି। ଏହାଛଡ଼ା ଦୁଇ ଜଣ ମୁଖ୍ୟ ୱାର୍ଡରଙ୍କୁ ବଦଳି କରାଯାଇଥିବା ଜଣାଯାଇଛି। ତାହା ଅନୁଯାୟୀ, କାର୍ଯ୍ୟରେ ଅବହେଳା ପାଇଁ ଉପେନ୍ଦ୍ର ମହାନ୍ତଙ୍କୁ ବଡ଼ବିଲ୍ ଓ ଗୁମାନ ଜାମୁଡାଙ୍କୁ କରଞ୍ଜିଆ ବଦଳି କରାଯାଇଛି। ସମ୍ୱଲପୁର ରେଞ୍ଜ ଡିଆଇଜି ଅମୀୟ ପଟ୍ଟନାୟକ ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ,ଗତ ଜୁଲାଇ ମାସ ୨୮ ତାରିଖରେ ତେଲକୋଇ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ରବି ବେହେରା(୨୪) ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍କୁ ଆସିଥିଲେ। ଗତ ୧୮ ତାରିଖ ଅପରାହ୍ନ ୪ଟା ୩୦ରେ ଜେଲର ରେଷ୍ଟ ୱାର୍ଡରେ ଭିତରେ ପଶିଯାଇ ଆଉ ବାହାରକୁ ବାହାରି ନ ଥିଲେ। କିଛି ସମୟ ଖୋଜାଖୋଜି ପରେ ସେ ରେଷ୍ଟ ୱାର୍ଡରେ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏଥିନେଇ ଜେଲ୍ କର୍ତ୍ତୃପକ୍ଷ କେନ୍ଦୁଝର ଟାଉନ ଥାନାକୁ ସୂଚନା ଦେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟ ମାମଲା ରୁଜୁ କରିଥିଲା।

By amfnews

Related Post