Mon. Oct 5th, 2026

କେଉଁଠି ହାତ ତିଆରି କଦଳୀ ପଟୁଆ ଡଙ୍ଗା ତ କେଉଁଠି ଆକର୍ଷଣୀୟ କୁନି ବୋଇତ; ଆ କା ମା ବୈ… ଗୀତ ଗାଇ ଧର୍ମ ଅର୍ଜିଲେ ଶ୍ରଦ୍ଧାଳୁ

274 Views

ଭୁବନେଶ୍ବର: ଆଜି ପବିତ୍ର କାତ୍ତିର୍କ ପୂର୍ଣ୍ଣିମା। ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର… ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ରାଜ୍ୟର ବିଭିନ୍ନ ଜଳାଶୟ ନିକଟରେ ଲାଗିଛି ଲୋକଙ୍କ ଭିଡ଼। ଶୀତୁଆ ପାହାନ୍ତି ସକାଳରେ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ନଦୀ, ନାଳ ସମେତ ପୁଷ୍କରିଣୀରେ ଡଙ୍ଗା ଭସାଇବାରେ ଲାଗିଛନ୍ତି। କିଏ ହାତ ତିଆରି କଦଳୀ ପଟୁଆ ଡଙ୍ଗା ତ ପୁଣି କେହି ବୋଇତ ପରି ଡଙ୍ଗା ଭସାଇ ଧର୍ମ ଅର୍ଜନ କରିବାରେ ବ୍ୟସ୍ତ।

 

ରାଜଧାନୀ ଭୁବନେଶ୍ବରରୁ ନେଇ ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଲାରେ ଲୋକମାନେ ଭୋରୁ ଉଠି ଗାଧେଇପାଧୋଇ ଡଙ୍ଗା ଭସାଉିଥିବାର ଦୃଶ୍ୟ ଦେଖିବାକୁ ମିଳିିଛି। ଭୁବନେଶ୍ବରରେ  କୁଆଖାଇ ଓ ଦୟା ନଦୀରୁ ନେଇ ଏକାମ୍ର କ୍ଷେତ୍ରର ବିନ୍ଦୁ ସାଗରରେ  ହଜାର ହଜାର ଲୋକ ଡଙ୍ଗା ଭସାଇଛନ୍ତି। କେହି କେହି ହାତ ତିଆରି ଡଙ୍ଗା ତ ଆଉ କେହି ଆକର୍ଷଣୀୟ ବୋଇତ ପରି ଡଙ୍ଗା ଭସାଇ କାତ୍ତିର୍କ ପୂର୍ଣ୍ଣିମାକୁ ଉପଭୋଗ କରିବାରେ ଲାଗିଛନ୍ତି। ମନ୍ଦିରମାନଙ୍କରେ ଜମିଛି ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼। ରାଜଧାନୀ ଭୁବନେଶ୍ବରରେ ଶାନ୍ତି-ସୁରକ୍ଷାକୁ ଦୃଷ୍ଟିରେ ରଖ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି।

By amfnews

Related Post