Sat. Jul 4th, 2026

କୂଅରୁ ୨ ଭଉଣୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

248 Views

ଗଜପତି, ସେପ୍ଟେମ୍ବର ୨୯: ଗଜପତି ଜିଲ୍ଲା ମୋହନା ବ୍ଲକ ଛେଳିଗଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗାଁର ପ୍ରମୋଦ ଆଚାରୀଙ୍କ ଦୁଇଝିଅ ୧୯ ବର୍ଷୀୟ ସ୍ୱପ୍ନା ଆଚାରୀ ଓ ୧୫ ବର୍ଷର କସ୍ତୁରୀ ଆଚାରୀଙ୍କ ମୃତଦେହକୁ ଶନିବାର ସକାଳୁ ଏକ କୂଅ ଭିତରୁ ଉଦ୍ଧାର କରାଯାଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପାରଳାଖେମୁଣ୍ଡି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି ।

ଆଜି ସକାଳୁ ଦୁହିଁଙ୍କର ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ କୂଅ ଭିତରୁ ଉଦ୍ଧାର କରିଛନ୍ତି। ଘର ପାଖରେ ଥିବା କୂଅରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିବାହ ପ୍ରସ୍ତାବ ଭାଂଗି ଯିବାରୁ ମାନସିକ ଭାରସାମ୍ୟ ହରାଇ ସେମାନେ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ, ପ୍ରମୋଦ ଆଚାରୀଙ୍କର ୫ ଝିଅ ରହିଥିବାବେଳେ ମୃତ ସ୍ୱପ୍ନା ଆଚାରୀଙ୍କର ଜଣେ ରେଳ କର୍ମଚାରୀଙ୍କ ସହ ଓ ଅନ୍ୟ ମୃତକ କିରଣର ବିବାହ ଭୁବନେଶ୍ୱରରେ ସ୍ଥିର ହୋଇଥିଲା । ମାତ୍ର ପ୍ରମୋଦଙ୍କର ନିଜର ଜଣେ ଜ୍ୱାଇଁ ଏହି ପ୍ରସ୍ତାବକୁ ଭାଂଗି ଦେଇଥିଲେ। ଫଳରେ ମାନସିକ ଚାପରେ ଦୁହେଁ କୂଅରେ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବାପା ପ୍ରମୋଦ ଆଚାରୀ କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

By amfnews

Related Post