Tue. Sep 22nd, 2026

କୁସୁମଗଛ ମୂଳେ ପଥରରେ ଛେଚି ଅଜ୍ଞାତ ଯୁବତୀଙ୍କୁ ହତ୍ୟା

228 Views

ରାଇରଙ୍ଗପୁର: ବହଳଦା ଥାନା ଅଞ୍ଚଳର ଜାମଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନଦୁନ୍ଦୁ ଗାଁ ମୁଣ୍ଡର ପଥରହୁଡ଼ି ପାଖରେ ଥିବା ଗୋଟାଏ କୁସୁମଗଛ ମୂଳେ ଜଣେ ଅପରିଚିତା ଯୁବତୀଙ୍କର ଶବ ପଡ଼ିଥିବା କଥା ସ୍ଥାନୀୟ ଲୋକେ ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ଦେଖିଛନ୍ତି।

ମୃତା ଯୁବତୀଙ୍କର ଆନୁମାନିକ ବୟସ ୨୫ ବର୍ଷ ହେବ। ମୟୂରଭଞ୍ଜ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳର ସାନଦୁନ୍ଦୁ ଓ ଡୁମାର ମଧ୍ୟରେ ଥିବା ଗୋଟାଏ କଚ୍ଚା ରାସ୍ତା କଡ଼ରେ ସେ ଯୁବତୀଙ୍କ ଜୋତା ମଧ୍ୟ ପଡ଼ିଛି। ଯୁବତୀଙ୍କ ରକ୍ତାକ୍ତ ଶରୀର ଓ କ୍ଷତାକ୍ତ ମୁଣ୍ଡକୁ ଦେଖି ଜଣାପଡୁଛି ଯେ ଗତରାତିରେ କେହି ତାଙ୍କୁ ପଥରରେ ଛେଚି ହତ୍ୟା କରିଛି। ଖବର ପାଇ ବହଳଦା ପୁଲିସ ଘଟଣାସ୍ଥଳକୁ ଆସୁଛି। ଏବେ ଘଟଣାସ୍ଥଳରେ ହୋମ୍‌ଗାର୍ଡ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ଅଛନ୍ତି।

By amfnews

Related Post