Wed. Jul 1st, 2026

କୁଟୁରା ମାଂସ ସହିତ ୭ ଗିରଫ:୫ ଦେଶୀ ବନ୍ଧୁକ ଜବତ

334 Views

କପ୍ତିପଦା/ଶାଳଚୁଆ : କାମ ଦେଉନି କଡ଼ା ଆଇନ କି ସଚେତନତା କାର୍ଯ୍ୟକ୍ରମ। ଜଙ୍ଗଲ‌େର ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ନିୟୋଜିତ ବନ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ସମେତ ବିଭିନ୍ନ ଜଙ୍ଗଲରେ ଏବେ ବି ଶିକାରୀମାନେ ସକ୍ରିୟ ଅଛନ୍ତି। ଆଜି ଶିମିଳିପାଳର କୋର୍ ଅଞ୍ଚଳକୁ ପ୍ରବେଶ କରୁଥିବାବେଳେ କପ୍ତିପଦା ରେଂଜ ପୋଡ଼ାଡିହା ସେକ୍ସନର ବଖଖମଣ ବିଟ୍ ଅଧୀନ ଜଙ୍ଗଲରୁ ଏକ ଶିକାରୀ ଦଳ ଧରା ପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। ଡୁବିଗଡ଼ ରାଜାରାଣୀ ପୋଖରୀ ନିକଟରୁ ବନ ବିଭାଗ ୭ ଜଣ ଶିକାରୀକୁ ଗିରଫ କରିଛି ା ସେମାନଙ୍କ ନିକଟରୁ ୮ କେଜି କୁଟୁରା ମାଂସ ଓ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି।

ବନ ବିଭାଗ ହାତରେ ଧରା ପଡ଼ିଥିବା ଶିକାରୀମାନେ ହେଲେ କପ୍ତିପଦା ଥାନା ଅଧିନ ଜେଏସ୍‌ ଜାମୁଡିହା ପଂଚାୟତ ଇଟାଗଡ ଗ୍ରାମର ବୁକା ମାରାଣ୍ଡି (୬୦), ମିର୍ଜା ସୋରେନ(୩୫), ନାରାୟଣ ମୁର୍ମ୍ମୁ (୨୮), ଭାଜ ମାରାଣ୍ଡି(୨୯) ଓ ଚକ୍ରଧରପୁର ପଂଚାୟତ ସାନଜୁଣପାଳ ଗ୍ରାମର ଗିରିଶ ସୋରେନ(୫୦), ସାବଳା ଟୁଡୁ(୩୨), ଚାମ ସୋରେନ(୨୮)। ଏ ସଂକ୍ରାନ୍ତରେ ବିଭାଗ କେସ ନମ୍ବର-୯୮କେ/୧୮-୧୯ରୁଜୁ କରିଛି। ଅଧିକ ଜେରା ପରେ ଶୁକ୍ରବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଏହି ଶିକାରୀମାନେ ଶିମିଳିପାଳ କୋର ଏରିଅା ଭିତରକୁ ଅସ୍ତ୍ରଶସ୍ତ୍ର ସହିତ ଶିକାର ଉଦ୍ଦେଶ୍ୟ ପଶିଥିବା ଖବର ପାଇ ବନ ବିଭାଗ ଚଢଉ କରିଥିଲା ା ଏହି ଚଢଉରେ କପ୍ତିପଦା ରେଜଂର ମହେଶ୍ୱର ସିଂ, ଅଂଜନ ଲେଙ୍କା, ନରେଶ ସେଠୀ, ଗୌତମ ସିଂ ଓ ସବୁଜ ବାହିନୀର ସଦସ୍ୟମାନେ ସାମିଲ ଥିଲେ।

By amfnews

Related Post