Thu. Oct 1st, 2026

କିଶୋରୀଙ୍କୁ ଦିଆଯିବ ଟିଡି ଟିକା

211 Views

ଭୁବନେଶ୍ବର : ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ୧୦ରୁ ୧୬ବର୍ଷ ବୟସର କିଶୋରୀମାନଙ୍କୁ ଟିଟାନ୍‌ସ ଡିପ୍‌ଥେରିଆ ବା ଟିଡି ଟିକା ଦେବା ଲାଗି ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିଛନ୍ତି। ବିଦ୍ୟାଳୟ ଯାଉଥିବା ୫ରୁ ୧୦ମ ଶ୍ରେଣୀର କିଶୋରୀମାନଙ୍କୁ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଏହାକୁ ପ୍ରଦାନ କରାଯିବ। ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବା ଆରବିଏସ୍‌କେ ଅଧୀନରେ ବର୍ଷକୁ ଥରଟିଏ ଏହି ଟିକା ଦିଆଯିବ।

ଜିଲ୍ଲାସ୍ତରୀରେ ୯୦ ପ୍ରତିଶତ କିଶୋରୀଙ୍କୁ ଟିଡି ଟିକା ଦିଆଯିବାର ଲକ୍ଷ୍ୟ ରହିଛି। ପୂର୍ବରୁ କିଶୋରୀ ଓ ଗର୍ଭବତୀ ମହିଳାଙ୍କୁ ଟିଟି ଦିଆଯାଉଥିବା ବେଳେ ଏହା ପରିବର୍ତ୍ତେ ଏବେ ଟିଡି ଟିକା ପ୍ରଦାନ କରାଯିବ। ଟିଡି ଟିକାକରଣ କ୍ଷେତ୍ରରେ ୯୦ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ ଲାଗି ମହିଳା ସ୍ବାସ୍ଥ୍ୟକର୍ମୀମାନେ ସ୍କୁଲ ଯାଉଥିବା ଓ ଏହାର ଆଖପାଖରେ ରହୁଥିବା ପିଲାମାନଙ୍କୁ ଟିକାକରଣ ଲାଗି ଯୋଜନା ପ୍ରସ୍ତୁତ କରିବେ। ଆଶାମାନେ ସ୍ବାସ୍ଥ୍ୟକର୍ମୀଙ୍କୁ ଗୋଷ୍ଠୀସ୍ତରରେ ସହାୟତା କରିବା ସହ ବିଦ୍ୟାଳୟ ଟିକାକରଣ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିବେ। ମହିଳା ସ୍ବାସ୍ଥ୍ୟକର୍ମୀମାନେ ଆରବିଏ୍‌ସକେ ଟିମ୍‌ର ସହାୟତା ନେବେ। ପ୍ରତିଦିନ ଟିକାକରଣର ସୂଚନା ମହିଳା ସ୍ବାସ୍ଥ୍ୟକର୍ମୀମାନେ ବ୍ଲକକୁ ଦେବେ। ବ୍ଲକ୍‌ସ୍ତରରେ ଏହାର ସମୀକ୍ଷା ସହିତ ପ୍ରତିଦିନ ଜିଲ୍ଲାକୁ ଦିଆଯିବ। ଜିଲ୍ଲାସ୍ତରରୁ ପ୍ରତିଦିନି ଏହି ରିପୋର୍ଟ ରାଜ୍ୟସ୍ତରକୁ ଆସିବା ସହ ଏଚ୍‌ଏମ୍‌ଆରଏସ୍‌ ପୋର୍ଟାଲରେ ଅପଲୋଡ୍‌ କରିବାକୁ ଶ୍ରୀମତୀ ପଣ୍ଡିତ ନିର୍ଦେଶ ଦେଇଛନ୍ତି।

By amfnews

Related Post