Wed. Jun 10th, 2026

କିମ୍ ଜୋଙ୍ଗ୍-ଉନ୍ ‘ଜୀବିତ ଏବଂ ସୁସ୍ଥ’

417 Views

ସିଓଲ୍ : ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍-ଉନ୍ ‘‘ଜୀବନ୍ତ ଓ ସୁସ୍ଥ’’ ଅଛନ୍ତି ବୋଲି ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜାଏ-ଇନ୍‌ଙ୍କର ଜଣେ ଶୀର୍ଷସ୍ତରୀୟ ନିରାପତ୍ତା ଉପଦେଷ୍ଟା କହିଛନ୍ତି।

ରବିବାର ଦିନ ‘ସିଏନ୍‌ଏନ୍’ ସହ ଏକ ସାକ୍ଷାତ୍‌କାରରେ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ସ୍ବତନ୍ତ୍ର ଉପଦେଷ୍ଟା ମୁନ୍ ଚୁଙ୍ଗ୍-ଇନ୍ କହିଛନ୍ତି, ଆମ ସରକାରଙ୍କ ଅନୁସନ୍ଧାନ ବିଶ୍ବାସଯୋଗ୍ୟ ଯେ ‘କିମ୍ ଜୋଙ୍ଗ୍-ଉନ୍ ଜୀବିତ ଓ ସୁସ୍ଥ’’।

ସେ ଆହୁରି କହିଛନ୍ତି ଯେ ଏପ୍ରିଲ୍ ୧୩ ତାରିଖ ଠାରୁ ଉତ୍ତର କୋରିଆର ପୂର୍ବତଟରେ ଥିବା ରିସର୍ଟ ନଗରୀ ୱନ୍‌ସନ୍‌ରେ କିମ୍ ଅଛନ୍ତି। ଏ ପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇନାହିଁ।

ଏପ୍ରିଲ୍ ୧୫ ତାରିଖ ଦିନ ଅନୁଷ୍ଠିତ ‌ହୋଇଯାଇଥିବା ଉତ୍ତର କୋରିଆର ପ୍ରତିଷ୍ଠାତା ପ୍ରଥମ କିମ୍‌ଙ୍କ ଜୟନ୍ତୀରେ କିମ୍‌ଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କ ବିଷୟରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଅନ୍ୟ ଏକ ରିପୋର୍ଟ ଅନୁସାରେ, କିମ୍‌ଙ୍କର ଜଣେ ବ୍ୟକ୍ତିଗତ ଅଙ୍ଗରକ୍ଷୀ କରୋନାଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ଏହି ଉତ୍ସବରେ ଯୋଗ ଦେଇ ନ ଥିଲେ।

By amfnews

Related Post