Fri. Sep 4th, 2026

‘କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ ହେଉ’

342 Views

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ମଧ୍ୟରେ ଉଚ୍ଛେଦ ଘଟଣାରେ ଶେଷରେ ମୁହଁ ଖୋଲିଛି ଦଇତାପତି ନିଯୋଗ। କାହାକୁ ଦୁଃଖ ଦେଇ ନୁହେଁ, ବରଂ ସହମତି ଭିତ୍ତରେ ଉଚ୍ଛେଦ କାର୍ଯ୍ୟ ହେବା ଉଚିତ୍ ବୋଲି ଆଜି ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଚରଣ ଦାସମହାପାତ୍ର କହିଛନ୍ତି।

ସେ କହିଛନ୍ତି,“୭୫ ମିଟର ପରିଧି ମଧ୍ୟରେ ବହୁ ସେବାୟତଙ୍କ ବାସଗୃହ ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହାପ୍ରଭୁଙ୍କ ନୀତିକାନ୍ତି ସହ ସଂପୃକ୍ତ ରହିଛନ୍ତି। ସେମାନଙ୍କୁ ଦୂରରେ ଥଇଥାନ କରାଗଲେ ଶ୍ରୀମନ୍ଦିର ନୀତିକାନ୍ତି ପ୍ରଭାବିତ ହେବ। ବିପଦ ସଙ୍କୁଳ ଘୋଷଣା ହୋଇ ନଥିବା ମଠରେ ସେମାନଙ୍କୁ ଥଇଥାନ କରିବାକୁ ଅନୁରୋଧ କରୁଛି। ପ୍ରଶାସନ ସେମାନଙ୍କୁ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ଥଇଥାନ ବ୍ୟବସ୍ଥା କରିବା ସହ ତୁରନ୍ତ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କ ଥଇଥାନକୁ ଗୁରୁତ୍ୱ ଦେଉ।”

ସୂଚନାଯୋଗ୍ୟ, ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଗସ୍ତରେ ଆସୁଛନ୍ତି। ଶ୍ରୀମନ୍ଦିର ଚୌହଦୀ ଭଙ୍ଗା କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ନେଇ ବଢୁଥିବା ବିରୋଧ ସହ ବାସ୍ତବ ସ୍ଥିତି ନେଇ ଆମିକtdd କ୍ୟୁରୀ ଅନୁଧ୍ୟାନ କରିବେ। ଏହି ସମୟରେ ସେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭଙ୍ଗା ହୋଇଥିବା ଓ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠର ମହନ୍ତ ଏବଂ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। ଆମିକସ୍‌ କ୍ୟୁରୀଙ୍କ ଗସ୍ତ ପୂର୍ବରୁ ଆଜି ଶ୍ରୀମନ୍ଦିର ପରିଚଳନା କମିଟିର ବୈଠକ ବସୁଛି।

By amfnews

Related Post