Fri. Apr 24th, 2026

କାଳ ବୈଶାଖୀ ପ୍ରଭାବରେ ଘର ଉପରେ ପଡ଼ିଲା ଗଛ , ମାଆ-ଝିଅଙ୍କ ମୃତ୍ୟୁ

285 Views

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଭଇଁଷାଟାଲ ପଞ୍ଚାୟତର ଭଣ୍ଡାରପୁରୀ ଗାଁରେ ଘର ଉପରେ ଗଛ ପଡ଼ିଯିବାରୁ ମାଆ ଏବଂ ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରାଣ ହରାଇଥିବା ମାଆଙ୍କ ନାଆଁ ଗଣେଶୀ ତାଣ୍ଡି (୪୫) ଓ ତାଙ୍କ ଝିଅ ହେଲେ ତୁଳସୀ ତାଣ୍ଡି (୧୪)।
ଏହି ଘଟଣାରେ ଆହତ ହୋଇଥିବା ଗଣେଶୀଙ୍କ ସ୍ୱାମୀ ପୁନିତରାମ ତାଣ୍ଡ(୫୫)ଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।
ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏ ଘଟଣା ଘଟିଥିବା କୁହାଯାଉଛି। ବିଳମ୍ୱିତ ରାତିରେ ସେଠାରେ କାଳବୈଶାଖୀ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଘର ପାଖରେ ଥିବା ଏକ ବିରାଟ ଗଛ ଉପୁଡ଼ି ଯାଇଥିଲା ଓ ସେହି ଗଛଟି ଘର ଉପରେ ପଡ଼ିଯାଇଥିଲା। ଫଳରେ ଗଣେଶୀ ଓ ତୁଳସୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ପୁନିତରାମଙ୍କୁ ଉଦ୍ଧାର କରିଥିଲାଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଉଦବେଗ ପ୍ରକାଶ ପାଇଛି।

By amfnews

Related Post